Latest Odisha News

BREAKING NEWS

ପୂରଣ କଲେ ସ୍ୱପ୍ନ : ବ୍ୟବସାୟ ଛାଡି କୁକୁର ପାଲଟିଗଲେ ଯୁବକ

ଜାପାନ: ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କେହି କେହି ଜୀବନରେ ଭଲ ଚାକିରି କରିବାକୁୁ ଚାହାଁନ୍ତି ତ ଆଉ କିଏ ବିଶ୍ୱ ଭ୍ରମଣ କରିବାକୁ ଚାହାନ୍ତି । କିଛି ଲୋକ ଆରାମଦାୟକ ଜୀବନ ବିତାଇବାକୁ ମଧ୍ୟ ସ୍ୱପ୍ନ ଦେଖନ୍ତି ତ ଆଉ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଜାପାନରେ ରହୁଥିବା ଜଣେ ଯୁବକଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁକୁରଙ୍କ ପରି ହେବାକୁ ପିଲାଦିନରୁ ଦେଖିଥିବା ସ୍ୱପକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ।

ଜାପାନରେ ରୁହନ୍ତି ଟାକୋ ସାନ୍ । ତାଙ୍କୁ କୁକୁର ବହୁତ ପସନ୍ଦ । ତେଣୁ ସେ ପିଲାଦିନେ କୁକୁର ସହ ଖେଳିବାକୁ ଭଲ ପାଉଥିଲେ । ଧୀରେ ଧୀରେ କୁକୁରଙ୍କ ପ୍ରତି ଭଲପାଇବା ବଢିବାକୁ ଲାଗିଲା । ଆଉ ଆଶ୍ଚର୍ଯ୍ୟର କଥା, ନିଜକୁ କୁକୁର ପରି ଜୀବନ ବଞ୍ଚିବାକୁ ସ୍ୱପ୍ନ ଦେଖିଲେ । କେମିତି ତାଙ୍କ ସ୍ୱପ୍ନ ପୂରଣ ହେବ ସେ ନେଇ ଚିନ୍ତା କଲେ । ଆଉ କୁକୁର ପରି ଏକ ପୋଷାକ ତିଆରି କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କଲେ । ୨୦୨୨ ମସିହାରେ ଟାକୋ ନିଜର ବ୍ୟବସାୟ ଛାଡି କୁକୁର ପରି ପୁରା ସମୟ ବଞ୍ଚିବା ଆରମ୍ଭ କଲେ । ଏହି ପୋଷାକ ପିନ୍ଧିବା ପରେ ସେ ମଣିଷ କି କୁକୁର ଜାଣିବା ସମ୍ଭବ ହେଉ ନ ଥିଲା । ସେ କୁକୁର ପରି ଆକ୍ଟି ବି କରନ୍ତି । ସେ ଗର୍ବର ସହିତ ସୋସିଆଲ ମିଡିଆରେ ନିଜ ଜୀବନ ବିଷୟରେ ସେୟାର କରନ୍ତି ।

ଟାକୋ କହିଛନ୍ତି ଯେ, ପିଲାବେଳୁ କୁକୁର ପରି ହେବାକୁ ଇଛା ଥିଲା । ତେଣୁ
ପ୍ରାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁର ପରି ଏକ ପୋଷାକ ତିଆରି କଲି । ଏହାକୁ ପିନ୍ଧି ମୁଁ ବାହାରକୁ ଯାଇଥାଏ । ଆଉ ଲୋକ ମୋତେ ଦେଖି ଖୁସି ହେବା ସହ ମୋ ସହ ସେଲ୍‌ଫି ନେଉଛନ୍ତି । ଲୋକେ ମୋତେ ଦେଖି ଦ୍ୱନ୍ଦ୍ୱରେ ବି ପଡ଼ୁଛନ୍ତି । ମୁଁ କୁକୁର ଜୀବନ ବିତାଉଥିବାରୁ ବହୁତ ଖୁସି ଅଛି ।

Leave A Reply

Your email address will not be published.