Latest Odisha News

BREAKING NEWS

ପ୍ରଥମ ଟେଷ୍ଟରେ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ଟାର୍ଗେଟ

ବର୍ମିଂହାମ: ଚଳିତ ଆଶେସ ସିିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ହେବା ପାଇଁ ଇଂଲଣ୍ଡ ୪ର୍ଥ ଦିବସରେ ୨୮୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟଙ୍କ ୧୧୮ ଅପରାଜିତ ରନ ସହାୟତାରେ ୩୯୩/୮ରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୩୮୬ ରନ ସଂଗ୍ରହ କରି ୭ ରନ ପଛରେ ରହିଥିଲା । ଉସମାନ ଖ୍ୱାଜା ୧୪୧ ରନ କରିଥିଲେ । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ୪୬, ହ୍ୟାରୀ ବ୍ରୁକ୍ସ ୪୬, ବେନ ଷ୍ଟୋକ୍ସ ୪୩ ଓ ଓଲୀ ରବିନସନ ୨୭ ରନର ଇନିଂସ ଖେଳିଥିଲେ । ଭଲ ଆରମ୍ଭ ସତ୍ୱେ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରି ନ ଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କୁମିନ୍ସ ଓ ନାଥାନ ଲାୟନ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜୋସ ହାଜେଲଉଡ ଓ ସ୍କଟ ବୋଲାଣ୍ଡ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆକୁ ରୋକିବା ପାଇଁ ଇଂଲଣ୍ଡ ବୋଲରଙ୍କ ଆଖି ଦୃଶିଆ ବୋଲିଂ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.