କାମାକ୍ଷାନଗର: ପ୍ରେମ ପାଇଁ ସେ ପାଗଳ ଥିଲା । କେତେବେଳେ ଫେସବୁକରେ ପ୍ରେମକୁ ନେଇ ରୋମାଣ୍ଟିକ ପୋଷ୍ଟ କରୁଥିଲା ତ ଆଉ କେବେ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ରିଲ୍ । ଆଉ ଶେଷରେ ପ୍ରେମରେ ନିରାଶ ହେବା ପରେ ଭାଙ୍ଗି ଯାଇ ଧାରୁଆ ବ୍ଲେଡରେ ନିଜ ହାତ ସହ ଗଳା କାଟି ଦେଇଛନ୍ତି ଯୁବକ ଜଣଙ୍କ ।
ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । ସମସ୍ତଙ୍କ ଆଗରେ କାମାକ୍ଷାନଗର ବଜାର ଉପରେ ଏ ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଗାଲୁକାଟେଣୀ ଗାଁର ସତ୍ୟବ୍ରତ ବେହେରାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ ।
ତେବେ ଆତ୍ମହତ୍ୟା ପୂର୍ବରୁ ସତ୍ୟବ୍ରତ କିଛି ଭିଡିଓ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥଲେ । ଯେଉଁଥିରେ ସେ ନିଜ ପ୍ରେମର ବିଫଳତାର ଆବେଗକୁ କିଛି ଡାଇଲଗ ଓ ଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି । ଏପରିକି ନିଜ ଭଉଣୀର ଫଟୋକୁ ଏକ ହୃଦୟସ୍ପର୍ଶୀ ଗୀତର ସଙ୍ଗୀତ ସହିତ ଯୋଡ଼ି ପୋଷ୍ଟ କରିଥିଲେ ।
ଯାହାକୁ ଦେଖିଲେ ଲାଗୁଛି ସେ ପ୍ରେମରେ ଶକ୍ତ ଝଟକା ଖାଇଛନ୍ତି । ଏହି ଘଟଣା ଏବେ କାମାକ୍ଷାନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କାହା ପାଇଁ ଏବଂ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ସ୍ପଷ୍ଟ ହୋଇନାହିଁ ।
Comments are closed.