Latest Odisha News

ଯାଜପୁରରେ ଆତଙ୍କ ଖେଳାଇଲା AI ବାଘ, ବନ୍ଧାହେଲେ ଯୁବକ

ଭୁବନେଶ୍ୱର: ଆଖୁ କିଆରୀରେ ବୁଲୁଥିବା ବାଘକୁ ଧରିବାକୁ ଯାଇ ନୟାନ୍ତ ବନ ବିଭାଗ ଓ ପୋଲିସ କର୍ମୀ। ତେବେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି। କାରଣ ସୋସିଆଲ ମିଡିଆରେ ବୁଲୁଥିବା ଉକ୍ତ ବାଘ ସତ ନୁହେଁ ବରଂ ଏକ AI ଫଟୋ। ଯେଉଁ ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି।

ଯୁବକ ଜଣକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଦିଆ ଗ୍ରାମର ଶ୍ରୀକାନ୍ତ ଧିଣ୍ଡା ବୋଲି ଚିହ୍ନଟ କରାଯାଇଛି।

ପୋଲିସ ଅନୁଯାୟୀ, ଶ୍ରୀକାନ୍ତ ଗୁରୁବାର ଅପରାହ୍ନରେ ଦାବି କରିଥିଲା ଯେ ସେ ଗାଁ ବାହାରେ ଏକ ଆଖୁ କ୍ଷେତ ନିକଟରେ ଏକ ବାଘ ଦେଖିଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍‌ରେ ଏହାର ଫଟୋ ଉତ୍ତୋଳନ କରିଛନ୍ତି। ସେ ସୋସିଆଲ ମିଡିଆରେ ବାଘ ଏବଂ ଏହାର ପାଦଚିହ୍ନର ଫଟୋ ମଧ୍ୟ ସେୟାର କରିଥିଲା।

ଏହି ଦାବି ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ଘଟଣା ସମ୍ପର୍କରେ ପୋଲିସ ଏବଂ ବନ ବିଭାଗକୁ ଜଣାଇଥିଲେ।

ବନ ବିଭାଗର ଅଧିକାରୀମାନଙ୍କ ସହିତ ବାଲିଚନ୍ଦ୍ରପୁର ଥାନାର ଏକ ଦଳ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲେ। ବାଘକୁ ନ ପାଇବା ପରେ ଶ୍ରୀକାନ୍ତଙ୍କୁ ପଚରାଉଚରା କରାଯାଇଥିଲା। ପରେ ସେ ସ୍ୱୀକାର କରିଛନ୍ତି ଯେ ସେ ବାଘ ଏବଂ ଏହାର ପାଦଚିହ୍ନ AI ଫଟୋ। ଯାହାକୁ ସେ ବନାଇଥିଲେ। ପୋଲିସ ଅନୁଯାୟୀ, ଜନସାଧାରଣରେ ଆତଙ୍କ ସୃଷ୍ଟି କରିବା ଏବଂ ଭୁଲ ସୂଚନା ପ୍ରସାରଣ କରିବା ପାଇଁ ଯୁବକଙ୍କୁ ଅଟକ ରଖାଯାଇଛି। ଅଧିକ ତଦନ୍ତ ଚାଲିଛି।

 

 

Comments are closed.