Latest Odisha News

BREAKING NEWS

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ତାଳଚେର: ପୋଲିସ ବାବୁଙ୍କ ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଖବର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡା ଅଞ୍ଚଳରେ । ମୃତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ ।

ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଏକ ଓଆଇଏସଏଫ ପୋଲିସ ଗାଡ଼ି ଦୃତ ଗତିରେ ଆସି ସୁଶାନ୍ତଙ୍କ ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ହେଲେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଓଆଇଏସଏଫ୍ ର ବୋଲେରୋଟି ରହିବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଦାବିରେ ତାଳଚେର ବଲଣ୍ଡା ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ କଲିୟାରୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.