ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ’ ଆକାଉଣ୍ଟକୁ ବନ୍ଦ କରିଛି ଭାରତ। ଭାରତରେ ଖୱାଜାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। କାଶ୍ମୀର ସମ୍ପର୍କରେ ଖୱାଜା ଭୁଲ ତଥ୍ୟ ପ୍ରଚାର କରୁଥିବା ଏବଂ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ ଓ ସମର୍ଥନ କରୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ନାନା ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଘଟ କରିଚାଲିଛି। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଖୱାଜା ନିରନ୍ତର ବିଷ ଓଗାଳି ଚାଲିଥିଲେ। ସେ ଭାରତ ବିରୁଦ୍ଧରେ ଅନିୟମିତ ବୟାନ ମଧ୍ୟ ଦେଉଥିଲେ। ଖୱାଜା ଆସିଫ୍ ଭାରତରୁ ସାମରିକ ଆକ୍ରମଣ ଭୟ କରୁଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି। ଆସିଫ୍ ସୋମବାର କହିଥିଲେ ଯେ ଭାରତରୁ ଆକ୍ରମଣ ନିଶ୍ଚିତ ଏବଂ ଏହା ନିକଟତର। ଭାରତରୁ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଖୱାଜା ଆସିଫ କହିଥିଲେ, ‘ଆମେ ଆମର ସୁରକ୍ଷା ବାହିନୀକୁ ମଜବୁତ କରିବା ଆରମ୍ଭ କରିଛୁ, କାରଣ ଭାରତରୁ ଆକ୍ରମଣ ନିଶ୍ଚିତ।’ ଏହି ପରିସ୍ଥିତିରେ, କିଛି କୂଟନୈତିକ ନିଷ୍ପତ୍ତି ନେବାକୁ ପଡିବ ଏବଂ ଏହି ନିଷ୍ପତ୍ତି ନିଆଯାଉଛି ବୋଲି କହିଥିଲେ।
ଏହି ସମୟରେ, ଭାରତ ମଧ୍ୟ ଜାତିସଂଘରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଖୱାଜା ଆତଙ୍କବାଦୀମାନଙ୍କୁ ତାଲିମ ଏବଂ ପାଣ୍ଠି ଯୋଗାଇବା କଥା ସମ୍ପ୍ରତି ସ୍ୱୀକାର କରିଥିଲେ। ସେ ଏକ ସାମ୍ପ୍ରତିକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶ ବର୍ଷ ବର୍ଷ ଧରି ଆତଙ୍କବାଦକୁ ସମର୍ଥନ କରିଆସୁଛି। ଭାରତ ଏ ସମ୍ପର୍କରେ ପଡ଼ୋଶୀ ଦେଶକୁ କଡ଼ା ପ୍ରଶ୍ନ ପଚାରିଲା ଏବଂ ବିଶ୍ୱ ମଞ୍ଚରେ ଏହାର ଅସଲ ଚେହେରାକୁ ପ୍ରକାଶ କଲା।
Comments are closed.