Latest Odisha News

BREAKING NEWS

ଫୁଲତୋଡ଼ା ନେଇ ଆସିଲେ, ମ୍ୟାନେଜରଙ୍କୁ ନପାଇ ଠିକାସଂସ୍ଥାର ଭଡ଼ା ଘରେ ଗୁଳିମାଡ଼ କଲେ

ପାରାଦୀପ: ନୂଆବର୍ଷରେ ଅଶାନ୍ତ ପାରାଦୀପ । ଠିକାସଂସ୍ଥାର ଭଡ଼ା ଘରେ ଫୁଟିଲା ଗୁଳି । ପାରାଦୀପ ତାରେଣୀଗଡ଼ାରେ ଥିବା ଠିକା ସଂସ୍ଥାର ଭଡ଼ାଘରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ରୋଷେୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୁମାଲି ଗଡ଼ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟରେ ବ୍ରିକ୍ ଆଣ୍ଡ ରୁଫ୍ ଠିକା ସଂସ୍ଥା ନିୟୋଜିତ ଅଛି ।

ଅଭିଯୋଗ ଅନୁସାରେ, ରବିବାର ସକାଳେ ଜଣେ ଯୁବକ ଆସି ଠିକା ସଂସ୍ଥାର ମ୍ୟାନେଜର ଅଭିଜିତ ରାୟଙ୍କୁ ଖୋଜିଥିଲେ । ଅଭିଜିତଙ୍କ ପାଇଁ ଆଣିଥିବା ଫୁଲତୋଡ଼ାକୁ ରୋଷେୟାଙ୍କୁ ଦେଇଥିଲେ । ପୁଣି ଥର ଅପରାହ୍ଣରେ ଆସି ଯୁବକ ଅଭିଜିତଙ୍କୁ ଖୋଜିଥିଲେ । ସେ ଆସିନଥିବା ରୋଷେୟା କହିବା ପରେ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା ।

ରୋଷେୟା ସେଠାରୁ ଘୁଞ୍ଚିଯିବାରୁ ଗୋଟିଏ ଗୁଳି ଚେୟାର ଓ ଅନ୍ୟଟି ଝରକାରେ ବାଜି ଥିଲା । ଗୁଳିମାଡ଼ ପରେ ଯୁବକ ଜଣଙ୍କ ଫେରାର୍ ହୋଇ ଯାଇଥିବା ବେଳେ ତାଙ୍କ ସହ ଆଉ କିଏ ଥିଲେ ସ୍ପଷ୍ଟ ହୋଇନାହିଁ । ତେବେ ଠିକା କାମକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଥି । ପାରାଦୀପ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.