କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକ ପାଣ୍ଡୁଗୁଡ଼ାକୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ସେଠାରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ସେମାନେ ରାତ ୧୦ଟା ବେଳେ ଗାଁକୁ ଫେରୁଥିବା ବେଳେ ସ୍ଥାନୀୟ ବ୍ରଡିଗୁଡ଼ା ନିକଟରେ ଉଭୟଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ କୌଶଳ କ୍ରମେ ଟିପେଇ ସେଠାରୁ ଖସିଆସି ଗାଁରେ ଜଣାଇଥିଲେ। ପରିବାର ଓ ଗାଁ ଲୋକେ ସେଠାରେ ପହଞ୍ଚି ସୁଜିତକୁ ଉଦ୍ଧାର କରିବା ବେଳକୁ ସେ ଆଖିବୁଜିଦେଇଥିଲେ। ପୁଲିସ ଏ ଘଟଣାର ତଦନ୍ତ ଚଳାଇଛି। ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ୩ଜଣଙ୍କୁ ପୁଲିସ ଉଠାଇ ନେଇଛି। ଦୁର୍ବୃତ୍ତମାନେ ସୁଜିତ ପାଖରେ ଥିବା ୩୦ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିବାରୁ ହତ୍ୟା ପଛରେ ବିବାହ ବେଳର ଗଣ୍ଡଗୋଳର ସମ୍ପର୍କ ଅଛି କି ଲୁଟପାଟ ପାଇଁ ହତ୍ୟାକାଣ୍ଡ ହୋଇଛି ତାହା ପୁଲିସ ତଦନ୍ତ କରୁଛି।
BREAKING NEWS
- ଗଜପତିରେ ଭୂସ୍ଖଳନ, ଯୋଗାଯୋଗରୁ ବିଚ୍ଛିନ୍ନ ହେଲା ଅନେକ ଗାଁ
- ପଶ୍ଚିମ ଏସିଆ ସଂଘର୍ଷ, ୨୨ ଭାରତୀୟଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ
- ଆଗ୍ରା MLC ନିର୍ବାଚନ: ଶିକ୍ଷକ ସୀଟ୍ରେ ‘ସପା’ର କବ୍ଜା, ସ୍ନାତକ ଆସନରେ ବିଜେପିର ବାଜିମାତ
- ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ହୋଇପାରେ ଲଘୁଚାପ
- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
- ନାଗପୁର MLC ନିର୍ବାଚନ: RSS ଗଡ଼ରେ କଂଗ୍ରେସର ବାଜିମାତ
- ହିରୋ ପାଇଲଟ୍ ସ୍ମିତ ମଛାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ
- ମାଗଣା ଶିକ୍ଷାଦାନ ଯୋଜନା; UG ଛାତ୍ରଛାତ୍ରୀଙ୍କୁ ୬୯ କୋଟି ଫେରାଇଲେ ସରକାର…
- କିଟ୍ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ

Comments are closed.