କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକ ପାଣ୍ଡୁଗୁଡ଼ାକୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ସେଠାରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ସେମାନେ ରାତ ୧୦ଟା ବେଳେ ଗାଁକୁ ଫେରୁଥିବା ବେଳେ ସ୍ଥାନୀୟ ବ୍ରଡିଗୁଡ଼ା ନିକଟରେ ଉଭୟଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ କୌଶଳ କ୍ରମେ ଟିପେଇ ସେଠାରୁ ଖସିଆସି ଗାଁରେ ଜଣାଇଥିଲେ। ପରିବାର ଓ ଗାଁ ଲୋକେ ସେଠାରେ ପହଞ୍ଚି ସୁଜିତକୁ ଉଦ୍ଧାର କରିବା ବେଳକୁ ସେ ଆଖିବୁଜିଦେଇଥିଲେ। ପୁଲିସ ଏ ଘଟଣାର ତଦନ୍ତ ଚଳାଇଛି। ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ୩ଜଣଙ୍କୁ ପୁଲିସ ଉଠାଇ ନେଇଛି। ଦୁର୍ବୃତ୍ତମାନେ ସୁଜିତ ପାଖରେ ଥିବା ୩୦ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିବାରୁ ହତ୍ୟା ପଛରେ ବିବାହ ବେଳର ଗଣ୍ଡଗୋଳର ସମ୍ପର୍କ ଅଛି କି ଲୁଟପାଟ ପାଇଁ ହତ୍ୟାକାଣ୍ଡ ହୋଇଛି ତାହା ପୁଲିସ ତଦନ୍ତ କରୁଛି।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.