Latest Odisha News

BREAKING NEWS

ବାପା ଅଣଦେଖା କରୁଛନ୍ତି, ମୁଖ୍ୟମନ୍ତ୍ରୀ ସାର୍ ମତେ ଭଲ ପାଠ ପଢ଼ାଅ

ଭୁବନେଶ୍ୱର: “ ମୋ ବାପା ମତେ ପଢ଼ାଉନାହାନ୍ତି । ମୁଁ ଟ୍ୟୁସନ କରି ଆଣୁଥିବା ଟଙ୍କାରେ ସେ ମଦ ପିଇଦେଉଛନ୍ତି । ହେଲେ ସେ ମୋ ପଢ଼ା କଥା ଆଦୌ ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ସାର୍, ଆପଣ ଦୟାକରି ମତେ ଏକ ସ୍କୁଲ୍ ରେ ନାଁ ଲେଖେଇ ଦିଅନ୍ତୁ ।”

ଜଣେ ଷଷ୍ଠ ଶ୍ରେଣୀ ବାଳକର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନୁରୋଧ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଳନ୍ଦା ଗସ୍ତ ସମୟରେ ଷଷ୍ଠ ଶ୍ରେଣୀର ବାଳକ ସୋନୁ କୁମାର ଏଭଳି ଅନୁରୋଧ କରିଛନ୍ତି । ନୀତିଶଙ୍କ ଗସ୍ତ ସମୟରେ, ସୋନୁ ମୁଖ୍ୟମନ୍ତ୍ରୀଙ୍କୁ କିଛି କହିବାକୁ ଚାହୁଁଥିଲେ ବୋଲି ସୁରକ୍ଷାକର୍ମୀ ମାନଙ୍କୁ କହିଥିଲେ ।

ଛୋଟ ପିଲାଟିର ଅନୁରୋଧ ରକ୍ଷା କରି ସେମାନେ ତାକୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଅନୁମତି ଦେଇଥିଲେ । ନିଷ୍କପଟ ସୋନୁ ଅତି ସରଳ ଭାବେ ସିଧା ସିଧା ତାର ଅଭିବ୍ୟକ୍ତି ରଖିଥିଲା । ସେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଟ୍ୟୁସନ କରି କିଛି ଟଙ୍କା ରୋଜଗାର କରେ । ହେଲେ ସେହି ଟଙ୍କା ତାଙ୍କ ବାପା ନେଇ ମଦ ପିଇଦିଅନ୍ତି ।

ସେ ଭଲ ପାଠ ପଢ଼ିବାକୁ ଚାହାନ୍ତି । କିନ୍ତୁ ତାଙ୍କ ନିକଟରେ ଅର୍ଥାଭାବ ।
ସରକାରୀ ସ୍କୁଲରେ ଭଲ ପାଠ ପଢ଼ାହେଉନି । ଏକ ସ୍କୁଲରେ ଆଡ଼ମିଶନ କରେଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ସୋନୁର ଆଡ଼ମିଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.