ଢେଙ୍କାନାଳ: ସାଙ୍ଗକୁ ଗୁଳ କରି ମାରିଲା ଆଉ ଏକ ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ସାଙ୍ଗକୁ ଶିକାର ଉଦ୍ଦେଶ୍ୟରେ ଘରୁ ଡାକି ନେଇ ଗୁଳି କରିଛି। ଶିକାର ଭାବି ଗୁଳି ଚଳାଇଥିବା ବେଳେ ଗାଁ ପାଖ ଜଙ୍ଗଲରେ ସାଙ୍ଗର ମୃତ୍ୟୁ ହୋଇଛି।
ମୃତକ ହେଉଛନ୍ତି ବାବୁଲି ନାଏକ। ଗତକାଲି ବିଳମ୍ବିତ ରାତିରେ ୫ଜଣ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ସେଠାରେ ପ୍ରଶାନ୍ତ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା। ହେଲେ ଗୁଳିରେ ବାବୁଲା ଟଳି ପଡ଼ିଥିଲା। ଖବର ଜଣାପଡିବା ପରେ ଗାଁରେ ଆଲୋଡନ ସୃଷ୍ଟି ହୋଇଛି।
ମୃତଦେହକୁ ଜବତ କରି ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାଏକଙ୍କୁ ଘରୁ ଉଠାଇ ନେବା ସହ ପଚରାଉଚରା କରୁଛି ପୋଲିସ। ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ପୋଲିସ।
Comments are closed.