Latest Odisha News

BREAKING NEWS

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକ

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଲେ ଲୋକ । ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାନାଳୀ ବାଇପାସ୍ ନିକଟ ଏକ ବସ୍ତିରେ ଏଭଳି ଘଟଣା ଘଟିଛି । ରାତିରେ ପାଖାପାଖି 3ଟା ବେଳେ ଜଣେ ଅଜଣା ଯୁବକ ବସ୍ତିର ଜଣେ ଲୋକଙ୍କ ଘରେ ପଶି ଯାଇଥିଲେ ।

BjdElectrycity

ସଂପୃକ୍ତ ଯୁବକଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ ସ୍ଥାନୀୟ ଲୋକ । କାବୁ କରି ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇଁ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ । ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.