Latest Odisha News

BREAKING NEWS

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା ।

ଗୁରୁତର ଅବସ୍ଥାରେ କର୍ମଚାରୀ ମାନେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଇଟା ଭାଟିର ମାଲିକ ତାଙ୍କୁ ଏକ ଅଟୋ ଯୋଗେ ଘରକୁ ପଠାଇ ଦେଇଥିଲେ । ଗୁରୁତର ନାବାଳକ ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଗାଁର ଅଜୟ ମୁଣ୍ଡା । ଅଜୟ ତାର ଅନ୍ଧୁଣି ମା ବଲମା ମୁଣ୍ଡାଙ୍କୁ ପୋଷିବା ପାଇଁ ଅନୁଗୁଳ ଜିଲ୍ଲା ନତଡାର ଆମ୍ବପଲା ଗାଁରେ ଥିବା  ସେଠି ଫ୍ଲାଏ ଆସ୍ କୁ କାମ କରିବାକୁ ଯାଇଥିଲେ । ଟିକିଏ ଅସାବଧାନତା କାରଣରୁ ସେଠାରେ ଗୋଡ଼ ଦୁଇଟି ପୋଡି ଯାଇଥିଲା । ସେପଟେ ଇଟା ଭାଟିରେ ନାବାଳକକୁ କାମରେ ଲଗାଇଥିବା ମାଲିକ କିନ୍ତୁ ଅଜବ ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.