Latest Odisha News

BREAKING NEWS

ସସ୍‌ପେଣ୍ଡ୍‌ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ

ନ୍ୟୁୟର୍କ: ୟୁଟ୍ୟୁବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ଅତି କମରେ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ୍‌ କରିଛି। ଏହାଛଡ଼ା ଏହାର ସ୍ଥଗିତ ସୀମାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ ଆଶା କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ କମ୍ପାନୀ କହିଛି ଯେ ଟ୍ରମ୍ପଙ୍କ ଚ୍ୟାନେଲ ଦ୍ୱାରା ପ୍ଲାଟଫର୍ମର ନୀତି ଉଲ୍ଲଂଘନ କରାଯାଉଛି।

ନିକଟରେ ଟ୍ରମ୍ପଙ୍କ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରାଯାଇ ହିଂସା ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ ୟୁଟ୍ୟୁବ୍ କହିଛି ଯେ ସେହି ଭିଡିଓକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ତେବେ ଟ୍ରମ୍ପଙ୍କ ଉପରେ ନିଆଯାଇଥିବା ନିଷ୍ପତ୍ତି ଉପରେ ୟୁଟ୍ୟୁବ୍ ଅଧିକ ବିବରଣୀ ପ୍ରଦାନ କରି ନାହିଁ ଏବଂ ଏକ ସପ୍ତାହ ସମୟ ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତିଗୁଡ଼ିକର ପୁନର୍ବିଚାର କରାଯିବ।

ୟୁଟ୍ୟୁବ ହେଉଛି ଏକମାତ୍ର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହା ଟ୍ରମ୍ପଙ୍କୁ ନିଲମ୍ବନ କରି ନଥିଲା। ଏହାପୂର୍ବରୁ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିବାବେଳେ ଟ୍ୱିଟର ଟ୍ରମ୍ପଙ୍କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି।

Comments are closed.