Latest Odisha News

ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହେଲେ ୟୁ ଟ୍ୟୁବର

ଭୁବନେଶ୍ବର: ଅପଶବ୍ଦ ବ୍ୟବହାର କରି ବନ୍ଧାହେଲେ ୟୁ ଟ୍ୟୁବର । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରରେ । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ବାଲେଶ୍ବରରୁ ୟୁ ଟ୍ୟୁବରଙ୍କୁ ଗିରଫ କରିଛି କମିଶନରଟ୍ ପୋଲିସର ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ ।

ଅଭିଯୋଗ ମୁତାବକ, ଶଙ୍କର ଓମ୍‌ ନିଜ ୟୁ ଟ୍ୟୁବ୍ ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିବା ନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଶଙ୍କର ଓମ୍‌ଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ଜଣାପଡିଛି ।

ଏହି ଘଟଣାରେ ପୋଲିସ ତାଙ୍କୁ କରିବା ସହ ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.