ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସୁନା ଗହଣା ଦେଖାଉଥିଲେ ୟୁଟ୍ୟୁବର। ଯାହା ଖୁବ୍ ଭିୟୁଜ ମଧ୍ୟ ନେଉଥିଲା। କିନ୍ତୁ ଏବେ ମହଙ୍ଗା ପଡ଼ିଛି ସୋସିଆଲ ମିଡିଆରେ ଏସବୁ ପ୍ରଦର୍ଶନ କରିବା।YouTuber ରଚନା ଗୁର୍ଜରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଗହଣା ଚୋରି କରି ନେଇଛନ୍ତି ଚୋର।
ମଧ୍ୟପ୍ରଦେଶର ଶିବପୁରୀରେ ରଚନାଙ୍କ ଘରୁ ଡକାୟତ ମାନେ ସତର୍କତାର ସହିତ କଳାକନା ବୁଲାଇଲେ ଚୋର। ଯାହାର ଟିକେ ଆଭାସ ମଧ୍ୟ ପାଇନଥିଲେ ଘର ଲୋକ। ରିପୋର୍ଟ ଅନୁଯାୟୀ ଚୋରମାନେ ରଚନାଙ୍କ ଭିଡିଓଗୁଡ଼ିକୁ ସତର୍କତାର ସହିତ ଦେଖିଥିଲେ! ସେମାନେ କେବଳ ଅଳଙ୍କାର ନୁହେଁ ନଗଦ ଟଙ୍କା ମଧ୍ୟ ଚୋରି କରିଥିଲେ। ଏକ ସୁନା ମଙ୍ଗଳସୂତ୍ର, ଏକ ମୁଦି ଏବଂ ରୂପା ଅଳଙ୍କାର ସହିତ ପ୍ରାୟ ୧୦ ଲକ୍ଷର ଗହଣା ଏବଂ ୨ ଲକ୍ଷ ଟଙ୍କା ନଗଦ ଚୋରି ହୋଇଥିଲା।
ଚୋରମାନେ ଚୋରି କରିବା ପାଇଁ CCTV କ୍ୟାମେରାଗୁଡ଼ିକୁ ବୁଲାଇ ଦେଇଥିଲେ। ପରିବାର ସଦସ୍ୟମାନଙ୍କ କୋଠରୀଗୁଡ଼ିକୁ ବାହାରୁ ତାଲା ପକାଇ ଦେଇଥିଲେ ସେମାନେ। ରଚନା ସକାଳେ ଉଠିବା ପରେ ଚୋରି ଘଟଣା ବିଷୟରେ ଜାଣିପାରିଥିଲେ।
ରଚନା ଗୁର୍ଜର ଜଣେ ଇନଷ୍ଟାଗ୍ରାମର୍ ଏବଂ YouTuber। ସେ ପ୍ରାୟତଃ ସୋସିଆଲ ମିଡିଆରେ ସୁନା ଏବଂ ରୂପା ଅଳଙ୍କାର ଦେଖାଇ ଭିଡିଓ ତିଆରି କରୁଥିଲେ। ଏହି ଭିଡିଓଗୁଡ଼ିକରେ, ସେ ଏକ ଟେବୁଲ ଉପରେ ଅଳଙ୍କାର ପ୍ରଦର୍ଶନ କରୁଥିଲେ ଏବଂ ଏହାର ମୂଲ୍ୟ ବୁଝାଉଥିଲେ। ସେହି ଭିଡିଓଗୁଡ଼ିକ ବହୁଳ ଭାବରେ ଭାଇରାଲ ହେଉଥିବା ବେଳେ ବର୍ଦ୍ଧିତ ଭ୍ୟୁ ସଂଖ୍ୟା ତାଙ୍କୁ ଆହୁରି ଉତ୍ସାହିତ କରୁଥିଲା। ଏହି ଘଟଣା ପରେ ୟୁଜର୍ସ୍ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।