Latest Odisha News

BREAKING NEWS

Pakistani airstrikes in Afghanistan:ପାକ୍ ସେନାର ବର୍ବର ସୀମାପାର ଆକ୍ରମଣ; ୧୧ ନିରୀହ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ନୂଆଦିଲ୍ଲୀ:ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଗତକାଲି ରାତିରେ ପାକିସ୍ତାନୀ ସାମରିକ ଯୁଦ୍ଧ ବିମାନଗୁଡ଼ିକ ଆଫଗାନିସ୍ତାନ ବାୟୁସୀମା ଉଲ୍ଲଂଘନ କରିଥିଲେ। ପାକିସ୍ତାନୀ ସେନା ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ବୋମାମାଡ଼ କରିଥିଲା। ଆଫଗାନିସ୍ତାନରେ ପାକିସ୍ତାନୀ ସେନା ଦ୍ୱାରା ରାତିସାରା କରାଯାଇଥିବା ବିମାନ ଆକ୍ରମଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଦିନ କାବୁଲରେ ତାଲିବାନ ସରକାର ସୂଚନା ଦେଇଛନ୍ତି ।

ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ପାକିସ୍ତାନ ଗତକାଲି ରାତିରେ କୁନାର, ଖୋସ୍ତ ଏବଂ ପାକତିକା ପ୍ରଦେଶରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ଼ କରି ଆଫଗାନିସ୍ତାନର ବାୟୁସୀମା ଉଲ୍ଲଂଘନ କରିଥିଲା। ଏହି ଆକ୍ରମଣରେ ନିରୀହ ୧୧ଜଣ ଶିଶୁ, ଜଣେ ମହିଳା ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନର ସାମରିକ ଆକ୍ରମଣରେ ୧୪ ଜଣ ମହିଳା ଆହତ ହୋଇଛନ୍ତି । ମୁଜାହିଦ ଆହତଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏକ ବିବୃତ୍ତିରେ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରି କହିଛନ୍ତି, “ଆମେ ଏହି ଅମାନବୀୟ ଅପରାଧ ଏବଂ ଆକ୍ରମଣକୁ ଯଥାସମ୍ଭବ ଦୃଢ଼ ଶବ୍ଦରେ ନିନ୍ଦା କରୁଛୁ।” ଆଫଗାନସ୍ତାନ ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡର ଉଲ୍ଲଂଘନ ଏବଂ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ଏକ ନୃଶଂସ ଅପରାଧ ବୋଲି କହିଛି।

ସୂଚନାଥାଉକି, ପାକିସ୍ତାନ ଏପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ପ୍ରକାଶ କରିନାହିଁ। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଖରାପ ହେଉଛି। ଗତ କିଛି ମାସ ଧରି ଦୁଇ ଦେଶ ମଧ୍ୟରେ ସୀମାପାର ଗୁଳିଚାଳନା ଚାଲିଛି।

ଗତ ବର୍ଷ ମଧ୍ୟରେ ସୀମାପାର ଶତ୍ରୁତା ବୃଦ୍ଧି ଏବଂ ନିରନ୍ତର ପାକିସ୍ତାନୀ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଆଫଗାନିସ୍ତାନରେ ଶହ ଶହ ଲୋକଙ୍କ ଜୀବନ ଯାଇଛି। ମାର୍ଚ୍ଚ ମାସରେ ପାକିସ୍ତାନୀ ସେନା କାବୁଲର ଏକ ରିହାବିଲିଟେସନ୍ ହସ୍ପିଟାଲ ଉପରେ ବୋମା ମାଡ଼ କରିଥିଲା, ଯାହା ଫଳରେ ଅତି କମରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.