Latest Odisha News

BREAKING NEWS

Youtuber Murder Case: ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୟୁଟ୍ୟୁବର୍ ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ । ସିସିଟିଭି ଆଧାରରେ ତିନି ଅଭିଯୁକ୍ତମାନଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରାଯାଇଛି । ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଘଟିଛି ହତ୍ୟାକାଣ୍ଡ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ଦେଖାଦେଇଛି ।

ସୂଚନା ଅନୁସାରେ, ରାହୁଲ୍‌ ଅକ୍ସିଜେନ୍‌ ସିଲିଣ୍ଡର୍‌ କାରବାର କରନ୍ତି । ଏହା ବ୍ୟତୀତ ସେ ଜଣେ ୟୁଟୁବ୍‌ ବ୍ଲଗର୍‌ ଭାବେ ପରିଚିତ । ରାହୁଲ ମହାରଣା ଜିଜିପି କଲୋନୀରେ ରହୁଥିଲେ । ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଗୋଡାଇ ଗୋଡାଇ ଛୁରି ଭୂସି ହତ୍ୟା କରିଥିଲେ ।

ମୋବାଇଲ ଟ୍ରାକି୍ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛିନ୍ତି ପୋଲିସ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଅଭିଯୁକ୍ତଙ୍କୁ ପଚରା ଉଚରା ଚାଲିଥିବାବେଳେ, ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.