Latest Odisha News

ଦିଲ୍ଲୀ କ୍ୟାପିଟାଲ୍ସ କୋଚ ହୋଇ ପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ୫ ବର୍ଷ ପରେ ଆଇପିଏଲକୁ ଭିନ୍ନ ଭୂମିକାରେ ଫେରି ପାରନ୍ତି । ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କୋଚ କରିବା ପାଇଁ ବିଶେଷ ଭାବେ ଆଗ୍ରହ ପ୍ରକାଶ କରିଛି । ରିକି ପଂଟିଂ ଦିଲ୍ଲୀ କୋଚ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେ କହିଛନ୍ତି ଯେ, ଫ୍ରାଂଚାଇଜର ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କୋଚ କରିବା ପାଇଁ ଚାହୁଁଛନ୍ତି । ଏପରିକି ଗୁଜରାଟ ଟାଇଟାନ୍ସ ମଧ୍ୟ ତାଙ୍କୁ ନେବାକୁ ଚାହୁଁଛି । ଗ୍ୟାରୀ କର୍ଷ୍ଟେନଙ୍କ ବଦଳରେ ଟିମ ଜଣେ ଭାରତୀୟଙ୍କୁ କୋଚ କରିବାକୁ ଚାହୁଁଛି । ପଂଟିଂ ୭ଟି ସିଜନ ଦିଲ୍ଲୀ ଟିମ ସହିତ ରହିଥିଲେ । ଯୁବରାଜ ୨୦୦୮ରୁ ୧୯ ପର୍ଯ୍ୟନ୍ତ ଆଇପିଏଲରେ ଖେଳିଥିଲେ ।

୨୦୧୯ରେ ସେ ମୁମ୍ବାଇ ପକ୍ଷରୁ ପ୍ରତିିନିଧିତ୍ୱ କରିଥିଲେ । ଯୁବି ପଞ୍ଜାବ କିଙ୍ଗସ, ପୁଣେ ୱାରିୟର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ୨୦୧୯ରେ ସେ ଅବସର ଘୋଷଣା କରିଥିଲେ । କୋଚ ଭାବେ ଏହା ତାଙ୍କର ପଦାର୍ପଣ ହେବ । ୨୦୦୭ ଟି୨୦ ଏବଂ ୨୦୧୧ ଦିନିକିଆ ବିଶ୍ୱବିଜେତା ଭାରତୀୟ ଟିମର ସେ ସଦସ୍ୟ ଥିଲେ ।

Comments are closed.