Latest Odisha News

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ କ୍ରିକେଟ୍ ସମାଲୋଚକଙ୍କୁ ଚକିତ କରିଛି ।

 

View this post on Instagram

 

A post shared by Yuvraj Singh (@yuvisofficial)

ସନ୍ୟାସରୁ ଫେରିବେ ଯୁବରାଜ ସିଂ । ପୁଣି କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବେ ସିକ୍ସର୍ କିଙ୍ଗ୍ ଯୁବରାଜ । ଆସନ୍ତା ବର୍ଷ ଫେବ୍ରୁଆରୀରେ ସେ କ୍ରିକେଟ ମଇଦାନକୁ ଫେରିବା ନେଇ ଖୋଦ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ନିଜ ପୋଷ୍ଟରେ ସେ ଅଗଣିତ ଫ୍ୟାନଙ୍କୁ ଧନ୍ୟବାଦ ଦେବା ସହ ପବ୍ଲିକ୍ ଡିମାଣ୍ଡରେ ପଡିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

ସଦ୍ୟ ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପରାସ୍ତ ପରେ ଅନେକ କ୍ରିକେଟ୍ ପ୍ରେମୀ ଯୁବରାଜଙ୍କୁ କମବ୍ୟାକ୍ କରିବା ଲାଗି ଅନୁରୋଧ କରିଥିଲେ । ଖାସ ସେମାନଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଯୁବରାଜ ପୁଣିଥରେ ମଇଦାନକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି ।

Comments are closed.