Latest Odisha News

ଖାସ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ । ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ପୂର୍ବତନ କ୍ୟାପଟେନ୍ ଯୁବରାଜ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । 

ଯୁବରାଜ ପ୍ରୀତିଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, “ହାପି ବର୍ଥଡେ Pzed ! ଗାଲର ଡିମ୍ପଲ୍ ସବୁବେଳେ ଏମିତି ଥାଉ । ଆଗାମୀ ବର୍ଷ ତୁମ ପାଇଁ ବହୁତ ସୁଖମୟ ହେଉ । ଅନେକ ଅନେକ ସ୍ନେହ ଓ ଶୁଭକାମନା” ।

Comments are closed.