Latest Odisha News

BREAKING NEWS

ଅକାମୀ ହାତ ବଳରେ ସାକ୍ଷୀଙ୍କୁ ହରାଇ ସୋନମ ହେଲେ ଜାତୀୟ ରେସଲିଂ ଚାମ୍ପିୟନ

ଚଣ୍ଡୀଗଡ: ଜାତୀୟ ରେସଲିଂ ଚାମ୍ପିୟନଶିପରେ ହରିୟାଣାର ୧୮ ବର୍ଷୀୟା ସୋନମ ମଲିକ ନୂତନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଥିଲେ । ଯେଉଁ ପାରାଲାଇଜଡ ହାତ ଯୋଗୁ ସେ ରେସଲିଂ ଛାଡିବେ ବୋଲି ଚିନ୍ତା କରୁଥିଲେ ସେଥିଯୋଗୁ ସେ ଏହି ବିଜୟ ହାସଲ କରିଛନ୍ତି । ୨୦୧୭ ବିଶ୍ୱଚାମ୍ପିୟନଶିପରେ ସୋନମ ଡାହାଣ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ । ଧିରେ ଧିରେ ସେ ଆଉ ହାତ ଉଠାଇ ପାରି ନ ଥିଲେ । ଡାକ୍ତରମାନେ ମଧ୍ୟ ରେସଲିଂ ଛାଡିଦେବା ପାଇଁ ପରାମର୍ଶ ଦେଇଥିଲେ ।

ଅଭାବ ଯୋଗୁ ତାଙ୍କ ବାପା ଆୟୁର୍ବେଦିକ ଉପଚାର କରିଥିଲେ । ଏହା ପରେ ତାଙ୍କ ହାତ ଭଲ ହୋଇଥିଲା । ଠିକ ହେବା ପରେ ସେ ଜୋରଦାର ଅଭ୍ୟାସ କରି ସପଳତା ହାସଲ କରିଛନ୍ତି । ପ୍ରଥମ ମହିଳା ରେସଲର ଭାବେ ସେ ଦୁଇଥର ୱାର୍ଲ୍ଡ କ୍ୟାଡେଟ ରେସଲିଂ ଚାମ୍ପିୟନଶିପ ଜିତିଛନ୍ତି ।

Leave A Reply

Your email address will not be published.