Latest Odisha News

BREAKING NEWS

ଚହଲଙ୍କ ବାପା ଏବଂ ମାଆଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ବାପା ଏବଂ ମାଆ କରୋନା ସଂକ୍ରମିତ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ପାପା(ଶ୍ୱଶୁର)ଙ୍କ ଅବସ୍ଥା ଖରାପ ହେବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମାଆ (ଶାଶୁ) ସୁସ୍ଥ ଅଛନ୍ତି ଏବଂ ସେ ଘରେ ଆଇସୋଲେଶନରେ ରହିଛନ୍ତି ।

ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଏକ କଠିନ ପରୀକ୍ଷାର ବେଳ । ମୁଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି, ଆଶା କରୁଛି ଆପଣମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବେ । ଘରେ ରୁହନ୍ତୁ ଏବଂ ପରିବାରଲୋକଙ୍କ ଧ୍ୟାନ ରଖନ୍ତୁ ବୋଲି ଧନଶ୍ରୀ ଟୁଇଟ କରିଛନ୍ତି ।

Leave A Reply

Your email address will not be published.