ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜୀଭା ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସିଙ୍କ ବଡ ପ୍ରଶଂସକ । ଆର୍ଜେଂଟିନା ବିଶ୍ୱକପ ଜିତିବା ପରେ ମେସିଙ୍କ ସାଇନ ଥିବା ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି ଜୀଭା ଧୋନୀ । ଇନଷ୍ଟାଗ୍ରାମରେ ଧୋନୀ ଏହି ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଧୋନୀଙ୍କ ପତ୍ନୀ ସାକ୍ଷୀ ଏ ନେଇ କଂମେଟ ଦେଇଛନ୍ତି ଜୈସା ପିତା ୱେସି ବେଟୀ । ତେବେ ମେସିଙ୍କ ତାଙ୍କୁ ଏହି ଜର୍ସି ପଠାଇଛନ୍ତି ନାଁ ସାକ୍ଷାତ ଅବସରରେ ଦେଇଥିଲେ ତାହା ସ୍ପଷ୍ଟ କରି ନାହାନ୍ତି । ଧୋନୀ ଫୁଟବଲର ଜବରଦସ୍ତ ପ୍ରଶଂସକ । ସେ ଫୁଟବଲ ଖେଳିବାକୁ ଓ ଦେଖିବାକୁ ଭଲ ପାଇଥାନ୍ତି । ସ୍କୁଲ ଟିମରେ ସେ ଗୋଲକିପର ଥିଲେ ।
କ୍ରିକେଟ ଷ୍ଟାର ହେବା ପରେ ଯେଉଁଠାରେ ବି ତାଙ୍କୁ ଫୁଟବଲ ଖେଳିବାକୁ ସୁଯୋଗ ମିଳିଛି ସେ ଖେଳିଛନ୍ତି । ଜୀଭା ମଧ୍ୟ ଧୋନୀଙ୍କ ପରି ଫୁଟବଲକୁ ବେଶ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ,ମେସିଙ୍କୁ ଏଥର ଦ୍ୱିତୀୟ ଥର ପାଇଁ ଗୋଲ୍ଡେନ ବଲର ପୁରସ୍କାର ମିଳିଛି । ସେ ବିଶ୍ୱକପରେ ସମୁଦାୟ ୨୬ ମ୍ୟାଚ ଖେଳି ୧୬ ଗୋଲ ସ୍କୋର କରିଛନ୍ତି ।
Comments are closed.