Latest Odisha News

BREAKING NEWS

ପପ୍ପୁଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ: କହିଲେ, ମୋ ଦାଦିଙ୍କୁ ବି ଗୁଙ୍ଗି ଗୁଡିଆ କହୁଥିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପପୁଙ୍କୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ପପ୍ପୁ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସମସ୍ତେ ଜାଣନ୍ତି, ରାହୁଲ ଗାନ୍ଧୀଙ୍କୁ ପପ୍ପୁ କହି ବିରୋଧୀମାନେ ତାଙ୍କୁ ଥଟ୍ଟା କରିଥାନ୍ତି । ଏହା  ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାହୁଲ  ।

ସେ ଏକ ସାକ୍ଷାତକାରରେ କହିଛନ୍ତି,   ପପ୍ପୁ କହିବାରେ ମୋର କିଛି ଅସୁବିଧା ନାହିଁ । କାରଣ ଏହା  ପ୍ରଚାରର ଏକ ଅଂଶିବିଶେଷ । ଏହି ଶବ୍ଦ ହିଁ କହିଥାଏ ବିରୋଧୀ ମନରେ ତାଙ୍କ ପ୍ରତି କେତେ ଭୟ ରହିଛି, ବିରୋଧୀ ତାଙ୍କୁ ନେଇ କେତେ ବିଚଳିତ ।  ‘ଦ ବମ୍ବେ ଜଣ୍ଣିଂ’କୁ ଏକ ସାକ୍ଷାତ ଦେଇ ସେ କହିଛନ୍ତି, ‘ବିରୋଧୀମାନେ ମୋତେ ଯେଉଁ ନାମରେ ଡାକୁଛନ୍ତି ସେ ସବୁ ନାଁକୁ ମୁଁ ସ୍ୱାଗତ କରୁଛି । ମୁଁ ଚାହୁଁଛି, ସେମାନେ ମୋତେ ଆହୁରି ଅଧିକ ନାଁରେ ଡାକନ୍ତୁ ।’

ଏହି ଅବସରରେ ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାଁ ନେଇ କହିଥିଲେ,ତାଙ୍କୁ ଆଇରନ ଲେଡି କହିବା ପୂର୍ବରୁ ଗୁଙ୍ଗି ଗୁଡିଆ ବୋଲି ମଧ୍ୟ କୁହାଯାଉଥିଲା । ଭାରତ ଯୋଡୋ ଅଭିଯାନରେ ରାହୁଲ ମୁମ୍ବାଇରେ ଥିବାବେଳେ ଦ ବମ୍ବେ ଜର୍ଣ୍ଣିଂ ପକ୍ଷରୁ ଏହି ସାକ୍ଷାତକାର ନିଆଯାଇଥିଲା । ସାକ୍ଷାତକାରରେ ରାହୁଲ ଆହୁରି କହିଥିଲେ, ‘ମୋ ଦାଦିଙ୍କୁ ଆାଇରନ ଲେଡି କହୁଥିବା ଲୋକମାନେ ହିଁ ଆଜି ମୋ ଉପରେ ୨୪ ଘଣ୍ଟା ଆକ୍ରମଣ କରୁଛନ୍ତି । ସେହି ଲୋକମାନେ ମଧ୍ୟ ଦାଦିଙ୍କୁ ଗୁଙ୍ଗି ଗୁଡ଼ିଆ କହୁଥିଲେ । ତେଣୁ ମୋତେ ଆପଣ ଯେ କୌଣସି ନାଁରେ ଡାକି ପାରିବେ । ଏସବୁ କଥାକୁ ମୁଁ ଆଦୌ ଗୁରୁତ୍ୱ ଦିଏ ନାହିଁ ।’

ରାହୁଲ ତାରଙ୍କ ଭାରତ ଯୋଡୋ ଅଭିଯାନରେ ବାହାରି ଡିସେମ୍ବର ୨୪ ତାରିଖରେ ଦିଲ୍ଲୀ ପହଞ୍ଚିଛନ୍ତି । ଜାନୁଆରୀ ୩ରେ କାଶ୍ମୀର ଗେଟରୁ ବାହାରି ଉତ୍ତରରେ ତାଙ୍କର ଯାତ୍ରା ଶେଷ କରିବେ । ତାଙ୍କର କାଶ୍ମୀର ଯାତ୍ରା ସମୟରେ ଫାରୁକ ଅବଦୁଲା, ଉମର ଅବଦୁଲ୍ଲା, ମେହବୁବା ମୁଫ୍ତି ଭାରତଯୋଡୋ ଯାତ୍ରାରେ ସାମିଲ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.