Latest Odisha News

ଭାରତରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ରଗ୍ ଫାର୍ମ ଜିଡସ୍ କ୍ୟାଡିଲା କୋଭିଡ୍-୧୯ ଟିକାକୁ ଖୁବ୍‌ ଶୀଘ୍ର ଭାରତର ଅନୁମୋଦନ ମିଳିପାରେ।

ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହରେ ଏହି ଟିକାର ବ୍ୟବହାରକୁ ଅନୁମତି ମିଳିପାରେ। ବର୍ତ୍ତମାନ, ଭାରତ ସରକାର କୋଭିଡ-୧୯ ପାଇଁ ପାଞ୍ଚଟି ଟିକା ଅନୁମତି ଦେଇଛନ୍ତି।

ଏଥିରେ କୋଭିଶିଲ୍ଡ, କୋଭାକ୍ସିନ, ସ୍ପୁଟନିକ ଭି, ମର୍ଡନା ଏବଂ ଜେ ଆଣ୍ଡ ଜେ ର ସିଙ୍ଗଲ୍‌ ଡୋଜ ଟିକା ଅନ୍ତର୍ଭୁକ୍ତ। ଏହି ଟିକା ନେବା ପାଇଁ ହେଲେ ଚୁଞ୍ଚିର ଆବଶ୍ୟକତା ପଡ଼ିବ ନାହିଁ।

କମ୍ପାନୀ ଏହାର କରୋନା ଟିକା ପାଇଁ ଭାରତରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ କେନ୍ଦ୍ରରେ ସର୍ବ ବୃହତ କ୍ଲିନିକାଲ୍ ପରୀକ୍ଷା କରିଛି।

Comments are closed.