Latest Odisha News

BREAKING NEWS

କରୋନା ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା

ଜଗତସିଂହପୁର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଏବେ ପାଲଟିଛି ଚିନ୍ତାର କାରଣ । ଦେଖୁ ଦେଖୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଲାଣି ।

ତେବେ ଏହାରି ମଧ୍ୟରେ ଜଗତସିଂହପୁରରୁ ଆସିଛି ଏକ ଆସ୍ୱସ୍ତି ଜନକ ଖବର ।

କରୋନା ମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାର ସମସ୍ତ ପାଞ୍ଚଜଣ କରୋନା ପଜିଟିଭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ରୋଗୀ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଲେଖିଛନ୍ତି ଯେ, “ବହୁତ ଭଲ ଖବର ଯେ ଆମ ଜିଲ୍ଲାର ସମସ୍ତ ପଜିଟିଭ ଆରୋଗ୍ୟ ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ସତୁରି ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି।

Leave A Reply

Your email address will not be published.