Latest Odisha News

BREAKING NEWS

ଆପଣଙ୍କ ଭୋଟ, ଆପଣଙ୍କ ସ୍ଵର…ଜାଣନ୍ତୁ ମତଦାନ ପୂର୍ବରୁ କ’ଣ କହିଲେ ମୋଦୀ

ନୂଆଦିଲ୍ଲୀ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଏମ ମୋଦୀ ସାସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆଜି ଲୋକସଭାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ଆସନର ମତଦାତା ମାନଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ ମୁଁ ବିନମ୍ର ଅନୁରୋଧ କରୁଛି । ଯେତେ ଅଧିକ ମତଦାନ ହେବ, ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ। ଦେଶର ଯୁବ ଭୋଟରଙ୍କ ସହ ଦେଶର ନାରୀଶକ୍ତିଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମନେ ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଗ ନେବା ପାଇଁ ଏବଂ ନିଜର ମତଦାନ କାରିବାପାଇଁ ଖୁବ୍ ଉତ୍ସାହର ସହିତ ଆଗକୁ ଆସନ୍ତୁ । ଆପଣଙ୍କର ଭୋଟ ହିଁ ଆପଣଙ୍କର ସ୍ଵର ଅଟେ ।

ସୂଚନା ଅନୁସାରେ, ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନ ପାଇଁ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେପିରୁ ଓମ୍‌ ବିର୍ଲା ଏବଂ ହେମା ମାଳିନୀଙ୍କ ସମେତ ୧,୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୧.୬୭ ଲକ୍ଷ ଭୋଟକେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ୧୬ ଲକ୍ଷରୁ ଅଧିକ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୧୫.୮୮ କୋଟିରୁ ଊର୍ଦ୍ଧ୍ୱ ଭୋଟର ଏହି ପର୍ଯ୍ୟାୟରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି କହିଛନ୍ତି ନିର୍ବାଚନ କମିଶନର । ଭୋଟରଙ୍କ ମଧ୍ୟରୁ ୮.୦୮ କୋଟି ପୁରୁଷ ଏବଂ ୭.୮ କୋଟି ମହିଳା ରହିଛନ୍ତି । ସେହିପରି ୫,୯୨୯ ତୃତୀୟ ଲିଙ୍ଗ ରହିଥିବା ବେଳେ ୩୪.୮ ଲକ୍ଷ ନୂଆ ଭୋଟର ରହିଛନ୍ତି ।

ଏହି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ଲୋକସଭା ଆସନରେ ମତଦାନ କରାଯିବ । ସେହିପରି କର୍ଣ୍ଣାଟକର ୧୪ଟି ଆସନ, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୮ଟି ଲେଖାଏଁ, ଆସାମ ଓ ବିହାରର ୫ଟି ଲେଖାଏଁ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏ ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ କେରଳର ବାୟନାଡରୁ ରାହୁଲ ଗାନ୍ଧୀ, ଥିରୁବନନ୍ତପୁରାମରୁ କଂଗ୍ରେସର ଶଶି ଥରୁର, ମଥୁରାରୁ ହେମା ମାଳିନୀ, ରାଜନାନ୍ଦଗାଓଁରୁ ଭୁପେଶ ବାଘେଲ, ବେଙ୍ଗାଲୁରୁ ଗ୍ରାମରୁ ଡିକେ. ସୁରେଶ ଏବଂ ବେଙ୍ଗାଲୁରୁ ଦକ୍ଷିଣରୁ ତେଜସ୍ୱୀ ସୂର୍ଯ୍ୟଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ।

 

Leave A Reply

Your email address will not be published.