Latest Odisha News

BREAKING NEWS

ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଆରମ୍ଭ ହୋଇଛି। ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ସର୍ଭେ କରାଯାଉଥିବା ବେଳେ ବିଡିଏ, ବିଏମ୍‌ସି ଓ ଟିପିସିଓଡିଏଲ୍‌ ସଂସ୍ଥା ମଧ୍ୟ ସର୍ଭେରେ ସାମିଲ୍ ଅଛନ୍ତି।

ଖରାକୁ ନଜରରେ ରଖି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା କରାଯାଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବ । ସେଥିପାଇଁ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି । ଦିନକୁ ଦିନ ମେଟ୍ରୋ କାମ ଆଗେଇ ଚାଲିଥିବା ବେଳେ ମୋ ସରକାର’ଙ୍କ ଫାଇଭ-ଟି ଅଧିନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଜରିଆରେ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି ।

Leave A Reply

Your email address will not be published.