Latest Odisha News

BREAKING NEWS

ବିହାରର ସାଇକ୍ଲିଂ ଗର୍ଲଙ୍କ ପ୍ରଶଂସାରେ ଇଭାଙ୍କା ଟ୍ରମ୍ପ ଶତମୁଖ

ୱାଶିଂଟନ: ଭଲ କାର୍ଯ୍ୟକୁ ସବୁଠାରେ ପ୍ରଶଂସା ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ବିହାରର ୧୫ ବର୍ଷୀୟା ଜ୍ୟୋତି କୁମାରୀଙ୍କ ପ୍ରଶଂସନୀୟ ଉଦ୍ୟମ । ଲକଡାଉନ ସମୟରେ ଜ୍ୟୋତି ହରିୟାଣାରୁ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ବିହାର ଆଣିଥିଲେ । ୧୨୦୦ କିଲୋମିଟର ରାସ୍ତାକୁ ସେ ୭ ଦିନରେ ପୂର୍ଣ୍ଣ କରିଥିଲେ । ତାଙ୍କର ଏହି ଉଦ୍ୟମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସୁନ୍ଦର ଇଚ୍ଛାଶକ୍ତି ଓ ଭଲ ପାଇବା କେବଳ ଭାରତୀୟମାନେ ହିଁ ଚିନ୍ତା କରିପାରନ୍ତି ବୋଲି କହିଛନ୍ତି । ଜ୍ୟୋତିଙ୍କ ବାପା ଠିକ୍ ଭାବେ ଚାଲି ପାରୁ ନ ଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଜ୍ୟୋତି କୁମାରୀଙ୍କୁ ଜାତୀୟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଡାକରା ମିଳିଛି । ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବାକୁ କୁହାଯାଇଛି । ଯଦି ସେ ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତ ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ତାଲିମ ନେବେ ।  ଜ୍ୟୋତିଙ୍କ ଦିଲ୍ଲୀ ଗସ୍ତ ନେଇ ସମସ୍ତ ଖର୍ଚ୍ଚ ସାଇକ୍ଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଦିଆଯିବ । ସାଇକ୍ଲିଂ ଫେଡେରେସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜ୍ୟୋତି ଗ୍ରହଣ କରିବା ସହ ଲକଡାଉନ ପ୍ରତ୍ୟାହାର ହେବାର ପରେ ସେ ଦିଳ୍ଲୀ ଯିବେ ବୋଲି କହିଛନ୍ତି ।

Leave A Reply

Your email address will not be published.