Latest Odisha News

BREAKING NEWS

ତ୍ୱଚା ଚମକାଇବ କମଳା ଚୋପା ଫେସ ପ୍ୟାକ !

ଭୁବନେଶ୍ୱର: ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର ପ୍ରାୟ ସମସ୍ତେ କରିଥାଆନ୍ତି। ମାତ୍ର ଏସବୁ ତ୍ୱଚାରେ ଚମକ ଆଣିବା ବଦଳରେ ଆହୁରି ଖରାପ କରିଦିଏ । ଏସବୁରେ ଥିବା କେମିକାଲ ଭାଗ ତ୍ୱଚା ପ୍ରତି ହାନିକାରକ ହୋଇଥାଏ ।

ତେବେ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି, ଯାହାର ବ୍ୟବହାର କରିବା ଦ୍ୱାରା ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ସେହିଭଳି ସେଭଳି ଏକ ଫେସପ୍ୟାକ ସମ୍ପର୍କରେ । ଯାହା ହେଉଛି କମଳା ଚୋପାର ଫେସ ପ୍ୟାକ୍‍ …..

କିପରି ଏହାର ପ୍ରସ୍ତୁତି ଓ ବ୍ୟବହାର କରିବେ ଜାଣନ୍ତୁ…

କମଳା ଚୋପାକୁ ପ୍ରଥମେ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ । ଏହାପରେ ଏହାକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।

ଏହି ପାଉଡ଼ରରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ମୁଁହ ଶୁଖିବା ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ।

ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

Leave A Reply

Your email address will not be published.