Latest Odisha News

BREAKING NEWS

ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ

ନୂଆଦିଲ୍ଲୀ: ପାନାମାର ପ୍ରଫେଶନାଲ ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପୁଅ  କହିଛନ୍ତି ବାପାଙ୍କର  କେବଳ ଥଣ୍ଡା ହୋଇଥିଲା ।  ହସ୍ପିଟାଲ୍‌ରେ କରୋନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଡୁରାନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କୁ ‘ହ୍ୟାଣ୍ଡ୍‌ସ ଅଫ୍ ଷ୍ଟୋନ୍’‌ ଆଖ୍ୟା ମିଳିଥିଲା । ୬୯ ବର୍ଷିୟ ଡୁରାନ ୧୯୬୮ରୁ ୨୦୦୧ ମଧ୍ୟରେ ୪ଟି ଓଜନ ବର୍ଗରେ ବିଶ୍ବ ଚାମ୍ପିଅନସିପ୍ ଟାଇଟଲ ଜିତିଥିଲେ ।

୧୯୮୦ରେ ମଣ୍ଟ୍ରିଲରେ  ଆମେରିକାର ପ୍ରସିଦ୍ଧ ବକ୍ସର ସୁଗାର ଲିଓନାର୍ଡଙ୍କୁ ହରାଇଥିଲେ । ଏହାର ଗୋଟିଏ ମାସ ପରେ ଉଭୟଙ୍କ ମଧ୍ୟରେ ପୁଣିଥଷର ଫାଇଟ୍ ଆୟୋଜନ କରାଯାଇଥିଲା । କିନ୍ତୁ ଡୁରାନ ଓହରିଯାଇଥିଲେ। ସେ କ୍ୟାରିୟର ମଧ୍ୟରେ ୧୧୯ଟି ଫାଇଟ୍ କରି ୧୦୩ଟିରେ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ସେ ୭୦ଥର ନକ୍‌ଆଉଟ୍ କରିଥିଲେ ।

Leave A Reply

Your email address will not be published.