Latest Odisha News

BREAKING NEWS

ଲେମ୍ବୁପାଣିର ୭ଟି ଚମତକାରୀ ଉପକାରିତା

ଏବେ ଲେମ୍ବୁପାଣିର ଚାହିଦା ବେଶ୍ ବଢିବାରେ ଲାଗିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଏବେ ଲେମ୍ବୁରସ ବା ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ଲେମ୍ବୁ ଚା ବା ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି ।

ଲେମ୍ବୁ ସ୍ୱାସ୍ଥ୍ୟ ଲାଗି ବେଶ୍ ଉପକାରୀ ବୋଲି ଆମେ ଜାଣିଥିଲେ ମଧ୍ୟ ଏହାର ଚମକ୍ରାରୀ ଗୁଣ ସମ୍ପର୍କରେ କମ୍ ଜାଣିଛନ୍ତି । ବୈଜ୍ଞାନିକମାନେ ବହୁପୂର୍ବରୁ ଲେମ୍ବୁର ଉପକାରିତା ସମ୍ପର୍କରେ ଗବେଷଣା କରିଥିବା ବେଳେ ଏବେ କିନ୍ତୁ ଲେମ୍ବୁପାଣିର ଚମକ୍ରାରୀ ଗୁଣ ବିଷୟରେ ଅନେକ ଗବେଷଣା କରି ଉପଲବ୍ଧୀ କରିପାରିଛନ୍ତି ଯେ, ଲେମ୍ବୁପାଣି ସ୍ୱାସ୍ଥ୍ୟ ଲାଗି ବେଶ୍ ଉପକାରୀ । ତେବେ ଆସନ୍ତୁ ଏବେ ଜାଣିବା ଲେମ୍ବୁପାଣିର ୭ଟି ଚମକ୍ରାରୀ ଗୁଣ ସମ୍ପର୍କରେ ।

୧- ଲେମ୍ବୁପାଣି ଜଳୀୟ ଅଂଶକୁ ନିୟନ୍ତ୍ରଣ କରେ
ୱାର୍ଲଡ଼ ଫୁଡ଼ ଏଣ୍ଡ ନ୍ୟୁଟ୍ରେସନ ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ, ଶରୀରରେ ସଂଚିତ ହେଉଥିବା ୯୧ରୁ ୧୨୫ ଆଉନ୍ସ ଜଳ ଆମେ ଖାଉଥିବା ଖାଦ୍ୟ ଏବଂ ପାନୀୟରୁ ମିଳିଥାଏ । ଜଳହିଁ ଶରୀରରେ ଥିବା ଉପକାରୀ ଜଳୀୟ ଅଂଶକୁ ନିୟନ୍ତ୍ରଣ କରିବାରେ ବେଶ୍ ସାହାଯ୍ୟ କରିଥାଏ । ଦେହରେ ପାଣି ତଥା ଲୁଣ କମିଗଲେ ଯାବତୀୟ ରୋଗକୁ ଆମନ୍ତ୍ରଣ କରିଥାଏ । କିନ୍ତୁ ସର୍ବଦା ଲେମ୍ବୁପାଣି ପିଇବା ଦ୍ୱାରା ହାଇଡ୍ରେସନ ବା ଶରୀରସ୍ଥ ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ ।
୨- ପ୍ରଚୁର ଭିଟାମିନ-ସି ର ଉତ୍ସ ହେଉଛି ଲେମ୍ବୁପାଣି
ଲେମ୍ବୁରେ ଥାଏ ପ୍ରଚୁର ଭିଟାମିନ-ସି ଯାହାକି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରଣ କରିବା ସହିତ ଏହି ଲେମ୍ବୁପାଣି ଆଣ୍ଟି ଅକ୍ସିଡ଼େଣ୍ଟ୍ ରୂପେ ଶରୀରର କୋଷଗ୍ରନ୍ଥିକୁ ସାହାଯ୍ୟ କରିଥାଏ । କୋଷଗ୍ରନ୍ଥି ଗୁଡ଼ିକୁ ମଜବୁତ ତଥା କ୍ଷୟ ହେବାରୁ ସାହାଯ୍ୟ କରିଥାଏ ଲେମ୍ବୁପାଣି । ଫଳରେ ବିଭିନ୍ନ ରୋଗଜୀବାଣୁକୁ ସଂକ୍ରମିତ ହେବାରେ ନିୟନ୍ତ୍ରଣ କରିଥାଏ ଲେମ୍ବୁର ଉପକାରୀ ତତ୍ତ୍ୱ ।
ଭିଟାମିନ-ସି ହିଁ ଆମ ଶରୀରରେ ଉତ୍ପନ୍ନ କରୁଥିବା ବିଭିନ୍ନ ହୃଦରୋଗକୁ ନିୟନ୍ତ୍ରଣ କରିଥାଏ । ଭିଟାମିନ-ସି ଯାବତୀୟ ରୋଗ ଯଥା – ଷ୍ଟ୍ରୋକ, ନିମ୍ନ ରକ୍ତଚାପ ଏବଂ ହୃଦରୋଗକୁ ନିୟନ୍ତ୍ରଣ କରିଥାଏ । ଲେମ୍ବୁପାଣିରେ ଥାଏ ପ୍ରଚୁର ଭାବେ ଭିଟାମିନ-ସି । ଏକ ଗବେଷଣାରୁ ଜଣାପଡ଼ିଛି, ୩ ରୁ ୪ କପ କଞ୍ଚା ଲେମ୍ବୁରସରୁ ୨୩.୬ ଗ୍ରାମ ଭିଟାମିନ ସି ଉତ୍ପନ୍ନ ହୋଇଥାଏ । ତେଣୁ ଜଣେ ଯଦି
ଦୈନିକ ଗୋଟିଏ କି ୨ଟି ଲେମ୍ବୁକୁ ପାଣିରେ ମିଶାଇ ପିଇଥାଏ ତେବେ ବିଭିନ୍ନ ରୋଗରୁ ନିଜକୁ ମୁକ୍ତ କରିଥାଏ ।
୩- ତ୍ୱଚାକୁ ତାଜା ରଖେ ଲେମ୍ବୁପାଣି
ଦୈନିକ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଲେମ୍ବୁର ରସକି ଚିପୁଡ଼ି ପିଇଲେ ତ୍ୱଚାରେ ଚମକ ଆସିଥାଏ । ଏହାସହିତ ବିଭିନ୍ନ ଚର୍ମରୋଗରୁ ମୁକ୍ତି ମିଳିଥାଏ । ଲେମ୍ବୁପାଣିରେ ରହିଥିବା ଭିଟାମିନ ସି ହିଁ ଶୁଖିଲା ତ୍ୱଚା ତଥା ବିଗିଡ଼ି ଯାଇଥିବା ଚର୍ମରେ ଆଣିଦିଏ ନୂଆ ଜୀବନ । ଲେମ୍ବୁପାଣି ପିଇବା ଦ୍ୱାରା ଚର୍ମରୋଗରୁ ମିଳିବା ସହିତ ସବୁ ଋତୁରେ ତ୍ୱଚା ବେଶ୍ ତାଜା ରହିଥାଏ ।
୪- ଓଜନ ହ୍ରାସ କରିବାର ପ୍ରମୁଖ ଅସ୍ତ୍ର ଲେମ୍ବୁପାଣି
ଏବେ ମେଦବହୁଳ ରୋଗ ବିଶ୍ୱରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଶରୀରରେ ମେଦବହୁଳତା ଯୋଗୁଁ ବିଭିନ୍ନ ପ୍ରକାର ମାନସିକ ରୋଗ ସାଙ୍ଗକୁ ବ୍ଲଡ଼ପ୍ରେସର, ହୃଦରୋଗ, ଡ଼ାଇବିଟିସ୍ ପରି ରୋଗ ଉତ୍ପନ୍ନ ହୋଇଥାଏ । କିନ୍ତୁ ଦୈନିକ ଗୋଟିଏ ଗ୍ଲାସ ଲେମ୍ବୁପାଣି ମେଦବହୁଳ ରୋଗ ବା ଓଜନ ହ୍ରାସ କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ । ଲେମ୍ବୁପାଣି ଶରୀରରେ ଜଳୀୟ ଅଂଶକୁ ଅଧିକ ସମୟ ଧରି ରଖିବାରେ ସାହାଯ୍ୟ କରିବା ଯୋଗୁଁ ଏହା ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ ।
୫ – ପାଚନ ପ୍ରକିୟାକୁ ତ୍ୱରାନ୍ୱିତ କରେ ଲେମ୍ବୁପାଣି
ଅନେକ ଲୋକ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ଲାଗି ଦୈନିକ ଲେମ୍ବୁପାଣି ପିଇଥାଆନ୍ତି । ଲେମ୍ବୁପାଣି ପିଇବା ଦ୍ୱାରା ଝାଡ଼ା ପରିଷ୍କାର ହୋଇଥାଏ । ପ୍ରାତଃକାଳରେ ସବୁଦିନ ଉଷୁମ ଲେମ୍ବୁପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ସ୍ୱାଭାବିକ ରହିଥାଏ ତଥା ପେଟଜନିତ ରୋଗରୁ ମୁକ୍ତି ମିଳିଥାଏ । ପ୍ରାଚୀନ ଆୟୁର୍ବେଦ ଅନୁଯାୟୀ ଲେମ୍ବୁ ଜଠରାଗ୍ନି ବା ଅଗ୍ନିକୁ ନିୟନ୍ତ୍ରଣ କରିଥାଏ । ଫଳରେ ପେଟରେ ଦେଖାଯାଉଥିବା ଗ୍ୟାସଟ୍ରିକ ରୋଗକୁ ନିୟନ୍ତ୍ରଣ କରିବା ସହିତ ହଜମ ପ୍ରକ୍ରିୟାକୁ ସ୍ୱାଭାବିକ କରିଥାଏ । ଫଳରେ ପେଟରୁ ସୃଷ୍ଟି ହେଉଥିବା ଯାବତୀୟ ରୋଗରୁ ମୁକ୍ତି ମିଳିପାରିଥାଏ ।
୬ – ଶ୍ୱାସକ୍ରିୟା ସ୍ୱାଭାବିକ କରିଥାଏ ଲେମ୍ବୁପାଣି
ଲେମ୍ବୁ ଗଛର ପତ୍ର ବା ଛେଲିକୁ ହାତରେ ଘଷିଲେ ସୁଗନ୍ଧ ବାହାରିଥାଏ । ଲେମ୍ବୁର ଏହି ବାସ୍ନା ହିଁ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ହେବାରେ ସାହାଯ୍ୟ କରିଥାଏ ବୋଲି ବୈଜ୍ଞାନିକ ମାନେ ମତ ଦିଅନ୍ତି । ସକାଳେ ଖାଲିପେଟରେ ଲେମ୍ବୁପାଣି ପିଇବା ଦ୍ୱାରା ମୁଖର ଦୁର୍ଗନ୍ଧ ନଷ୍ଟ ହେବା ସହିତ ଶ୍ୱାସ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ସେହିପରି ଖାଇବା ପରେ ଲେମ୍ବୁପାଣି ପିଇବା ଦ୍ୱାରା ଶ୍ୱାସପ୍ରକ୍ରିୟା ସ୍ୱାଭାବିକ ହେବା ସହିତ ଖାଇବା ପଦାର୍ଥକୁ ସହଜରେ ହଜମ କରିଦିଏ ଲେମ୍ବୁପାଣି ।
୭ – କିଡ଼ନୀ ଷ୍ଟୋନରୁ ମୁକ୍ତି ଦିଏ ଲେମ୍ବୁପାଣି
ଗବେଷଣାରୁ ଜଣାପଡ଼ିଛି ଲେମ୍ବୁପାଣିରେ ରହିଥିବା ସିଟ୍ରିକ୍ ଏସିଡ଼ ହିଁ କ୍ୟାଲସିୟମ ଜନିତ କିଡ଼ନୀ ଷ୍ଟୋନ ହେବାରୁ ରକ୍ଷା କରିଥାଏ । ଶରୀରରେ ସିଟ୍ରିକ୍ ଏସିଡ଼ ଅଧିକ ହେବା ଫଳରେ କ୍ୟାଲସିୟମ ଜମାଟ ବାନ୍ଧିପାରେ ନାହିଁ, ଫଳରେ କିଡ଼ନୀ ଷ୍ଟୋନ ହେବାର ଭୟ ରହେନାହିଁ । ତେଣୁ ଦୈନିକ ଲେମ୍ବୁପାଣି ପିଇଲେ କିଡ଼ନୀ ଷ୍ଟୋନ ହେବାରୁ ରକ୍ଷା ମିଳିଥାଏ ତଥା କିଡ଼ନୀ ଜନିତ ରୋଗରୁ ମୁକ୍ତି ମିଳିପାରିଥାଏ ।
କିପରି ପିଇବା ଲେମ୍ବୁପାଣି
ସାଧାରଣତଃ ଆମେ ଅଧା ବା ପୁରା ଲେମ୍ବୁକୁ ଗୋଟିଏ ଗ୍ଲାସରେ ଚିପୁଡ଼ି ପିଇଥାଉ । ହଁ, ଏହାତ ଠିକ୍ କଥା କିନ୍ତୁ ଆମେ ସେହି ଲେମ୍ବୁପାଣିରେ ଆଉ କିଛି ସ୍ୱାସ୍ଥ୍ୟବର୍ଦ୍ଧକ ରସ ମିଶ୍ରଣ କରି ପିଇଲେ ମଧ୍ୟ ଅନେକ ଉପକାରା ପାଇପାରିବା ।

ଉଷୁମ ପାଣିରେ ଲେମ୍ବୁ ସହିତ ଆମେ ଅଦା, ଅଳେଇଚ, ମହୁ, ମିଣ୍ଟ ବା ପୋଦିନା ରସ ଚିପୁଡ଼ି ପିଇଲେ ସ୍ୱାସ୍ଥ୍ୟ ଲାଗି ବେଶ୍ ଉପକାରୀ ସାବ୍ୟସ୍ତ୍ୟ ହୋଇଥାଏ । ସାଦା ପାଣି ସହିତ ପିଇବା ଠାରୁ ଉଷୁମ ପାଣିରେ ଲେମ୍ବୁରସ ଚିପୁଡ଼ି ପିଇଲେ ଅଧିକ ଉପକାର ମିଳିଥାଏ ।

Leave A Reply

Your email address will not be published.