Latest Odisha News

BREAKING NEWS

ବିଶ୍ୱ ପରିବେଶ ଦିବସରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ

ପୁରୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ଲାଗି ବାଲୁକା ଶିଳ୍ପୀମାନେ ତାଙ୍କ କଳାକୃତିରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଜଣାଶୁଣା ସାମାଜିକ ସଂଗଠନ ‘ୟୁଏସଆଇ ଫାଉଣ୍ଡେସନ’ର ସହଯୋଗରେ ବାଲୁକା ଶିଳ୍ପୀ ମାନସ ସାହୁ ପରିବେଶକୁ ନେଇ ପ୍ରସ୍ତୁତ କରିଛନ୍ତି ବାଲୁକା କଳା । ପୁରୀ ବେଳାଭୂମିରେ ଏହି ଅବସରରେ ବାଲୁକା ଶିଳ୍ପୀମାନେ ପ୍ରଦର୍ଶନ କରିଛନ୍ତି ବାଲୁକା କଳା ।

ଏବର୍ଷର ପରିବେଶକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ଥିମ୍ ରହିଛି ‘ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ୍’ । ତେଣୁ ପ୍ଲାଷ୍ଟିକର ବହୁଳ ବ୍ୟବହାର କିପରି ସୁନ୍ଦର ପରିବେଶକୁ କିପରି ପ୍ରଭାବିତ କରୁଛି ସେନେଇ ବାଲୁକା ଶିଳ୍ପୀମାନେ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ।

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥର ସ୍ୟାଣ୍ଡ୍ ଆନିମେଟର୍ ମାନସ ସାହୁ ତାଙ୍କ ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ଆହ୍ୱାନ ଦେଇଛନ୍ତି । ପ୍ରତୀକ୍ଷା ମିଶ୍ରଙ୍କ ସଂଯୋଜନାରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ଏହି ପରିବେଶ ସମ୍ପର୍କୀତ ବାଲୁକା କଳା ପ୍ରଦର୍ଶନୀର ନେତୃତ୍ୱ ନେଇଛି ‘ୟୁଏସଆଇ ଫାଉଣ୍ଡେସନ’ ।

Leave A Reply

Your email address will not be published.