Latest Odisha News

BREAKING NEWS

ଅମର ଆଉଟ୍ ବର୍ଷା ଇନ୍

ଭୁବନେଶ୍ବର: ବିଜେଡିର ଷଷ୍ଠ ତାଲିକାରେ ସରପ୍ରାଇଜ । ବିରୋଧୀଙ୍କୁ ବିଜେଡିର ଚେକ୍ ଗେମ୍‌! କଟିଲା ବଡ ନେତାଙ୍କ ଟିକେଟ୍ । ବର୍ଷା ଲଢିବେ ବଡଚଣା ଲଢେଇ । କେନ୍ଦ୍ରାପଡାରେ ଗଣେଶ୍ୱରଙ୍କୁ ଭରସା । ଚମ୍ପୁଆରୁ ସନା ମହାକୁଡ ସରପ୍ରାଇଜ । ୯ଟି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅମର ଆଉଟ୍ ବର୍ଷା ଇନ୍

କଟିଲା ୬ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ । ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଇଛି ବିଜେଡି । ବଡଚଣା ବିଧାନସଭା ପାଇଁ ଅମର ଶତପଥୀଙ୍କ ସହ ଜନ୍ମେଜୟ ଲେଙ୍କା ଓ ନିକଟରେ ବିଜେଡିରେ ସାମିଲ ହୋଇଥିବା ରାଜ ମହାପାତ୍ର ପ୍ରମୁଖ ଦାବିଦାର ଥିଲେ । ତେଣୁ ବିଦ୍ରୋହ ଏଡେଇବାକୁ ବିଜେଡି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି । କିଛି ଦିନ ତଳେ ବର୍ଷା ବିଜେଡିରେ ସାମିଲ ହୋଇଥିଲେ । ଅନୁଭବ ମହାନ୍ତି ବିଜେଡି ଛାଡିବା ପରେ ବିଜେଡିକୁ ଆସିଥିଲେ ବର୍ଷ।। ତେବେ କେତେ କାମ କରିବ ବର୍ଷା ଗୋଟି ? ବଡଚଣାରେ ଅସନ୍ତୋଷ ବଢିବ ନା କମିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ।

କଟିଲା ୫ବିଧାୟକଙ୍କ ଟିକେଟ୍‌

ଅମର ଶତପଥୀଙ୍କ ଛଡା ୪ବିଧାୟକଙ୍କ ଟିକେଟ୍ କାଟିଛି ବିଜେଡି । କେନ୍ଦ୍ରାପଡାରେ ବିଧାୟକ ଶଶି ବେହେରା ନିରାଶ ହୋଇଛନ୍ତି ତ ସିମୁଳିଆରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ୍ କଟିଛି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତ ଓ ବଡଚଣା ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟିଛି ବିଜେଡି । ଶଶି ବେହେରାଙ୍କ ଜାଗାରେ କଂଗ୍ରେସରୁ ଆସିଥିବା ଗଣେଶ୍ୱର ବେହେରାଙ୍କୁ ଭରସା କରିଛି ଦଳ । ସେହିପରି ଚମ୍ପୁଆରୁ ସନାତନ ମହାକୁଡ, ସିମୁଳିଆରୁ ସୁଭାଷିନୀ ସାହୁ ଓ ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡିା

ସରିଲା ଚିଲିକା ସସପେନ୍ସ

ଚିଲିକା ବିଧାନସଭାକୁ ନେଇ ସସପନ୍ସେ ହଟାଇଛି ବିଜେଡି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁା ୨୦୧୪ରେ ପ୍ରାର୍ଥୀ ହୋଇ ହାରିଥିଲେ ରଘୁନାଥ ସାହୁ । ୨୦୦୯ରେ ବିଜେଡି ଟିକେଟରେ ଜିତି ବିଧାୟକ ହୋଇଥିଲେ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଚିଲିକା ପାଇଁ ଆଶାୟୀ ଥିଲେ । ହେଲେ ପୁଣି ପ୍ରସନ୍ନ ନିରାଶ ହୋଇଛନ୍ତି । ପାଟ୍ଟଶାଣୀ ଖୁବ୍ ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଚମ୍ପୁଆରେ ‘ସନା’ ସରପ୍ରାଇଜ

ଚମ୍ପୁଆ ବିଧାନସଭାରେ ସନାତନ ମହାକୁଡଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଇଛି ବିଜେଡି । ବିଧାୟିକା ମୀନାକ୍ଷୀ ମହନ୍ତଙ୍କ ଟିକେଟ୍ କାଟି ସନାତନଙ୍କୁ ଟିକେଟ୍ ଦେଇଛି ଦଳ । ଗତ ନିର୍ବାଚନରେ ସନାଙ୍କ ଅନୁମୋଦିତ ମୀନାକ୍ଷୀ ମହନ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ପ୍ରଥମ ଥର ପାଇଁ ଚମ୍ପୁଆରେ ଶଙ୍ଖନାଦ ହୋଇଥିଲା । ହେଲେ ବିଧାୟିକା ହେବା ପରେ ବିଧାୟିକାଙ୍କ ସ୍ୱାମୀ ସନାଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଏଥର ସନା ନିଜେ ପ୍ରାର୍ଥୀ ହୋଇଛନ୍ତି । ସେପଟେ ସନାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କୁଶ ଆପଟଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି କରିଛି ବିଜେଡି ।

ବିରୋଧୀଙ୍କୁ ବିଜେଡି ଚେକ୍‌

ଗତଥର ମୟୂରଭଞ୍ଜ ଲୋକସଭା ଲଢିଥିବା ଦେବାଶିଷ ମାରାଣ୍ଡିଙ୍କୁ ସାରସକଣା ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ କରଞ୍ଜିଆରୁ ଟିକେଟ୍ ଦେଇଛି ଦଳ । ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହ୍ରୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Leave A Reply

Your email address will not be published.