Latest Odisha News

BREAKING NEWS

OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍‌ର ଛାତ,ଏକାଧିକ ଶ୍ରମିକ ଆହତ

ଭୁବନେଶ୍ୱର:ଭୁବନେଶ୍ୱର OUATରେ ଅଘଟଣ। ଓୟୁଏଟି ମହାବିଦ୍ୟାଳୟର ନିର୍ମାଣାଧୀନ ଗେଟର ଭୁଶୁଡ଼ିଲା ଛାତ । ଶୁକ୍ରବାର ଛାତ ଢଳେଇ ପଡୁଥିବାବେଳେ ଘଟିଛି ଏହି ଅଘଟଣ । ଗେଟ୍ ତଳେ କିଛି ଶ୍ରମିକ ଥିବାବେଳେ ହଠାତ୍ ଛାତଟି ଖସି ପଡ଼ିଥିଲା । ଫଳରେ ଏକାଧିକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।

ଆଜି ଗେଟର ଛାତ ଢ଼ଳେଇ ପଡୁଥିଲା। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଥିଲେ। ଗେଟ ତଳେ କିଛି ଶ୍ରମିକ ଥିଲାବେଳେ କିଛି ଉପରେ ଥିଲେ। ଆଉ ହଠାତ ଗେଟର ସେଣ୍ଟ୍ରିଂ ଖସିପଡିଥିଲା।

ଆହତ ଶ୍ରମିକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଠିକ୍ ଭାବରେ ସେଣ୍ଟରିଂ ହୋଇନଥିବାରୁ ଛାତ ଖସି ପଡିଥିବା ଶ୍ରମିକମାନେ କହିଛନ୍ତି । ଏ ନେଇ କୃଷି ମହାବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.