Latest Odisha News

BREAKING NEWS

ଅଯଥା ଖର୍ଚ୍ଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ ଆଳରେ ଅଯଥା ଅର୍ଥ ଖର୍ଚ୍ଚ କରିବାକୁ ଉଦ୍ୟତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏ ସକାଶେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କରିଛି । ବିଭାଗର ଅତିରିକ୍ତ ସଚିବ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ।

ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ ତିଆରି ଆଭ୍ୟନ୍ତରୀଣ ବ୍ୟାପାର । ଏଥିପାଇଁ ବିଶ୍ୱବିଦ୍ୟାଳୟ ନିକଟରେ ଯଥେଷ୍ଟ ଅର୍ଥ ଅଛି । ସେଥିରୁ ଅର୍ଥ ଖର୍ଚ୍ଚ ହୋଇପାରିବ । ସରକାର ଏ ସକାଶେ ଅତିରିକ୍ତ ଅର୍ଥ ଦେଇପାରିବେନି ବୋଲି ଚିଠିରେ ଉଲ୍ଲେଖ ଅଛି ।

ସ୍ମାର୍ଟ କ୍ଲାସରୁମରେ ଯେହେତୁ ଅଧିକ ଖର୍ଚ୍ଚ ହୋଇଥାଏ । ଏଭଳି ଖର୍ଚ୍ଚରୁ ବିରତ ରହିବାକୁ ବିଶ୍ୱବିଦ୍ୟାଳୟକୁ ଚିଠି ଜରିଆରେ ପରାମର୍ଶ ଦିଆଯାଇଛି । ସ୍ମାର୍ଟ କ୍ଲାସରୁମ ନାମରେ ଏମିତି କିଛି ଜିନିଷରେ ଅଧିକ ଖର୍ଚ୍ଚ ନହେଉ, ଯାହା ବିଶେଷ ଆବଶ୍ୟକ ନୁହେଁ ।

Leave A Reply

Your email address will not be published.