Latest Odisha News

BREAKING NEWS

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ ଝିଅଟି ନିଜ ବାପାକୁ ନିସ୍ତେଜ ପଡିଥିବା ଦେଖି ଶେଷରେ ତାଙ୍କ ପାଟିରେ କେଇ ବୁନ୍ଦା ପାଣି ଦେବାକୁ ସକ୍ଷମ ହୋଇଥିଲା । ତଥାପି ବ୍ୟକ୍ତି ଜଣକ ମାତ୍ର କେଇ ମିନିଟ ପରେ ମୃତ୍ୟୁମୁଖରେ ପଡିଥିଲେ ।

ଏହି ହୃଦୟ ବିଦାରକ ଦୃଶ୍ୟ ହିଁ ବୟାନ କରୁଛି କରୋନା ସଂକ୍ରମଣର ଭୟାବହତାକୁ । ଶ୍ରୀକାକୁଲମ ଜିଲ୍ଲା କୋୟାନପେଟ୍ଟା ଗାଁର ଅସିରା ନାଇଡୁ କରୋନାରେ ସଂକ୍ରମିତ ହୋଇ ନିଜ ଝିଅ ଓ ସ୍ତ୍ରୀ ସମ୍ମୁଖରେ ମୃତ୍ୟୁବରଣ କରିଥିଲେ । ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣକ ବିଜୟୱାଡାରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ ଖୋଦ ଅସିରା ଓ ତାଙ୍କ ପରିବାର ଲୋକେ କରୋନାରେ ସଂକ୍ରମିତ ହେବା ପରେ ଲକଡାଉନ୍ ଭୟରେ ଗାଁକୁ ଫେରିଆସିଥିଲେ । ତେବେ ରବିବାର ଗାଁର ଲୋକେ ଏହି ପରିବାର କରୋନା ସଂକ୍ରମିତ ହୋଇଥିବା ଜାଣି ସେମାନଙ୍କୁ ଅଲଗା ରହିବାକୁ ବାଧ୍ୟ କରିଥିଲେ ।

Leave A Reply

Your email address will not be published.