Latest Odisha News

BREAKING NEWS

ବସ୍‌-ଟ୍ରକ୍ ଧକ୍କା; ଜଣେ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଭୁବନେଶ୍ବର: ଖଲ୍ଲିକୋଟର କୋଦଳାରେ ଘରୋଇ ବସ୍‌-ଟ୍ରକ୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ଜଣାପଡ଼ିଛି।

୨ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ମାନେ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବସ୍‌ଟି ପୋଲସରାରୁ ଭୁବନେଶ୍ବର ଯାଉଥିଲା ବେଳେ ମୋଟ୍ ୩୦ ଜଣ ଯାତ୍ରୀ ଥିଲେ।

Comments are closed.