Latest Odisha News

BREAKING NEWS

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି  । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି  । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି ଗାଁ ମୁହାଁ ହେଉଛନ୍ତି ହାତୀ ପଲ  । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳାରେ  । ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି  । ମୃତକ ବସଲା ଗାଁର ଭାବଗ୍ରାହୀ ଜେନା ବୋଲି ଜଣାପଡିଛି  ।

ଭାବଗ୍ରାହୀ ଶୌଚ ହେବା ପାଇଁ ଘର ବାହାରକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ  । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ହାତୀ ଉପଦ୍ରଵରୁ ରକ୍ଷା ଦାବି ନେଇ ବସଲା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ  ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.