Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ମଧ୍ୟରେ ପ୍ରଚଳିତ ପୂଜା ବିଧିକୁ ନିୟନ୍ତ୍ରିତ କରୁଥିବା ଗ୍ରନ୍ଥ ନୀଳାଦ୍ରି ମହୋଦୟର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ରୀତିନୀତି ଆଲୋଚନା ଜାରି ଅଛି । ଏହି କ୍ରମରେ ଆଜି ଆଲୋଚନା କରିବା ଶ୍ଳୋକ ୧୮୦ ରୁ ୧୮୫ ପର୍ଯ୍ୟନ୍ତ ଷଷ୍ଠ ଅଧ୍ୟାୟ ବର୍ଣ୍ଣିତ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୮୦ :- ଶ୍ରୀବିଗ୍ରହ ମାନଙ୍କ ବିମ୍ବ ସ୍ନାନ ପରେ ମୂଳ ମନ୍ତ୍ର ରେ ହରିଙ୍କ ରୂପ ଧ୍ୟାନ କରି ଶୁଦ୍ଧ ଶୁଷ୍କ ଓ ସୁକ୍ଷ୍ମ ବସ୍ତ୍ର ଦ୍ୱାରା ଶ୍ରୀଜୀଉ ମାନଙ୍କ ସର୍ବlଙ୍ଗକୁ ପୋଛି ଦେବା । ଏହି ପରି ପ୍ରାତ କାଳିନ ସ୍ନାନ କାର୍ଯ୍ୟକ୍ରମ ସମାପ୍ତ ହୋଇଥାଏ ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୮୧ ରୁ ୧୮୫ :- ଏହି ଶ୍ଳୋକମାନଙ୍କରେ ସ୍ନାନ ପୂର୍ବରୁ ହୋଇଥିବା କାର୍ଯ୍ୟ ସବୁ ବର୍ଣ୍ଣିତ ହୋଇଛି, ଅର୍ଥାତ ସ୍ନାନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ସବୁ କାର୍ଯ୍ୟ ସମାପନ ହେବା ଉଚିତ ଯଥା ଶ୍ରୀଅଙ୍ଗରେ ଲାଗି ହୋଇଥିବା ପୁଷ୍ପ ଅଳଙ୍କାର ଓ ବସ୍ତ୍ର ନିଶ୍ଚୟ ଓଲାଗି କରିବା ଦରକାର। ଏହି ଶ୍ଳୋକରେ ଏପରି ବର୍ଣ୍ଣିତ ହୋଇଛି ଯେ ଯଦି ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ଓଲାଗି କାର୍ଯ୍ୟ ସମାପ୍ତ ହେବା ଉଚିତ ନହେଲେ ସୂର୍ଯ୍ୟଉଦୟ ପରେ ପରେ ଶ୍ରୀଜୀଉମାନଙ୍କ ଶରୀରକୁ ଏହି ବାସି ପୁଷ୍ପ ଓ ବସ୍ତ୍ର ବାସ୍ତବିକ କଣ୍ଟା ସଦୃଶ୍ୟ ଅନୁଭୂତ ହୋଇଥାଏ ଓ ଶରୀରରେ ଫୋଡି ହେବା ପରି ଲାଗିଥାଏ.ବୋଲି ବର୍ଣ୍ଣିତ ହୋଇଛି ।

ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା ସପ୍ତମ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୮ ରୁ ୨୭ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ଧନ୍ୟ ଜୀବନ ଧନ୍ୟ ତାର
ଦୁର୍ଲଭ କର୍ମ ଏ ବେଭାର ।
ଅଧିକେ ସଂସାର ସଙ୍ଗତେ
ପୀରତି ନ କରିବ ଚିତ୍ତେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.