Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ନଦୀବନ୍ଧ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ମାଲକାନଗିରି: ଆସିଛି ପର୍ଯ୍ୟଟନ ଋତୁ । ବର୍ଷର ସରି ଆସୁଥିବାରୁ ଆରମ୍ଭ ହୋଇଛି ପିକନିକ୍ ମଜା ।  ଗୋଟିଏ ପଟେ ବଢୁଛି ଶୀତର ପ୍ରକୋପ ତ ଅନ୍ୟପଟେ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ । ତେବେ ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା।

ବଣ ପାହାଡ ଘେରା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳେ ଅନେକ ପର୍ଯ୍ୟଟନ ସ୍ଥଳ । ଏପଟେ ଝରଣାର କୁଳୁ କୁଳୁ ନାଦ ଆଉ ସେପଟେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦରେ ନାଚି ଉଠେ ତନୁ ମନ ।  ଏହି ଜିଲ୍ଲାର ସଂସ୍କୃତି ଜିଲ୍ଲାର ପ୍ରମୁଖ ଲୋକସଂଖ୍ୟା ଆଦିବାସୀ ଲୋକଙ୍କ ଦ୍ୱାରା ଗୀତ ଓ ନାଚ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ । ଏହି ଜିଲ୍ଲରେ ରହିଥିବା ଅନେକ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ସତୀଗୁଡା ନଦୀବନ୍ଧଟି ଦେଖିବାକୁ ଯେତେ ସୁନ୍ଦର ଏଠାରେ ପିକନିକର ମଜା ଉଠାଇବା ମଧ୍ୟ ସେତେ ଚିତାକର୍ଷକ ।

ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର ୮ କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି । ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ପର୍ଯ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକୃଷ୍ଠ କରିଥାଏ । ଏହି ଇକୋ ପର୍ଯ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ମଧ୍ୟ ରହିଛି ।

ତେବେ ଏହି ସ୍ଥାନକୁ ରେଳଗାଡିରେ ଗଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ହେଉଛି ନିକଟତମ ରେଳ ଷ୍ଟେସନ । ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ । ଅନ୍ୟପଟେ ଯଦି ଆପଣ ସଡକପଥରେ ଯାଉଛନ୍ତି ତେବେ ଜୟପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।

Leave A Reply

Your email address will not be published.