Latest Odisha News

BREAKING NEWS

ମୋଟର ସାଇକେଲ ଉପରେ ଚଢ଼ାଇଦେଲା କାର, ଜଣେ ମୃତ

ଅନଗୁଳ : ପାଳଲହଡା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଝିମିରିପାଲି ଠାରେ ଘଟିଛି ଦୁର୍ଘଟଣା ।  କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି  । ସୂଚନା ଅନୁଯାୟୀ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ମୋଟରସାଇକେଲକୁ ଧକ୍କା ଦେଇଥିଲା । ତେବେ ମୃତ ମୋଟର ସାଇକେଲ ଚାଳକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ କାର ଚାଳକ ଜଣକ ଫେରାର ହୋଇଥିବା ଜଣାପଡ଼ିଛି  ।

ଏନେଇ ଘଟଣାସ୍ଥଳରେ ପାଲଲହଡା ପୁଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା  ।

Leave A Reply

Your email address will not be published.