Latest Odisha News

BREAKING NEWS

ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

କୋରେଇ: କୋରେଇ ରେଳ ଦୁର୍ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗସ୍ତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ  ତଦନ୍ତ କରି ସେ କହିଛନ୍ତିଯେ, ସନ୍ଧ୍ୟା ସୁଦ୍ଧା ଗୋଟିଏ ଲାଇନକୁ ସଫା କରିଦିଆଯିବ । ମୃତାହତମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ଅନୁକମ୍ପା ରାଶି ମିଳିବ । ରେଲଓ୍ୱେ ପକ୍ଷରୁ ଯାହା କରାଯିବା କଥା ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଦଳେଇ ।

ଆଜି ସକାଳୁ ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି କୋରେଇ ବିଧାୟକ ଅଶୋକ ବଳ ଓ  ଆକାଶ ଦାସ ନାୟକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.