ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସୂକ୍ଷ୍ମ ଚିଂତା ପାଇଁ ଅକ୍ଷମ
ଭାଷାରେ ନୁହେ କାର୍ଯକ୍ଷମ
ତୀକ୍ଷ୍ଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନ
ଘଟାଏ ଭାଷାର ଉତ୍ଥାନ
କୌଣସି ଭାଷାର ପ୍ରବାହ
ବହିଲେ ସୁଦ୍ଧା ଅହରହଃ
ପ୍ରତ୍ୟେକ ଜଳକଣା ନୂଆ
ସଂସାରେ ଲଗାଏ କିମିଆ
ଭାଷା ସୁଅରେ ଗଲେ ଭାସି
କେହି ବି ହୁଏନି ସାହସୀ
ହେଲେ ହେଁ ସ୍ବଭାଷୀ ସଂତାନ
ଭାଷାରେ କରେ ଖାଲି ସ୍ନାନ
ବହୁ ପ୍ରକାର କାମ ପାଇଁ
ଭାଷା ପ୍ରୟୋଗ କରେନାହିଁ
କେବଳ ସାହିତ୍ୟ ରଚନା
ଟେକିପାରେନି ଭାଷା-ବାନା
ଈର୍ଷାଳୁ ହୋଇଲେ ମନୁଷ୍ଯ
କରେ ନିଜର ସତ୍ତାନାଶ
ଈର୍ଷାକୁ କରିଲେ ଦମନ
ସଂଭବ ଆତ୍ମ-ଉନ୍ନୟନ
ଯେ ହୋଇ ପରଶ୍ରୀକାତର
ନିଜକୁ କରେ ନାରଖାର
ତାହାର ବହୁବିଧ କାର୍ଯ
ହୁଏନି ସଂସାରେ ସ୍ବୀକାର୍ଯ
Comments are closed.