ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯେ ନାହିଁ ଲୋକଂକ *ସହିତ*
ଯାହା ସେ ଲେଖେ ତା *ସାହିତ୍ୟ*
ବୋଲାଏ ଆମର ରାଜ୍ୟରେ
ଲାଗେନି କାହାର କାର୍ଯରେ
*କାର୍ଯ୍ୟରେ* ନ ଦିଶିଲା ବୋଲି
ଭାଷା ତ ପଡ଼ିଲାନି ଟଳି
ସଂସ୍କୃତ ଭାଷାରେ ଯା’ ନାହିଁ
ଲେଖକେ ରଖଂତି ଚଳାଇ
ଲୋକେ କହଂତି ନିତି *ହାତ*
ଲେଖକେ ଲେଖୁଥାଂତି *ହସ୍ତ*
ଲେଖକେ ହେଲେ ଲୋକ-ଛଡ଼ା
ସାହିତ୍ଯ ପଡ଼େନାହିଁ ଲୋଡ଼ା
*ଫୁଲ* କୁ କରିଦେଲେ *ପୁଷ୍ପ*
ଅଯଥା ଭିନ୍ନ ହୁଏ ରୂପ
କଷ୍ଟିଆ ଶବ୍ଦ ବ୍ୟବହାର
କରଇ ସ୍ବଭାଷା-ସଂହାର
*ସଂପ୍ରତି : ସଂପତ୍ତି* ମଧ୍ୟରେ
ପାର୍ଥକ୍ଯ ଯେ ଦେଖି ନ ପାରେ
ତୁରଂତ ଘଟାଏ ସେ ତ୍ରୁଟି
ଭାବନା ପାରେନି ଉକୁଟି
ସହସ୍ରାଧିକ ଶବ୍ଦ ନିତି
କରଂତି ସ୍ବଭାଷାର କ୍ଷତି
ନିର୍ମଳ ହେଉନାହିଁ ଭାଷା
ତେଣୁ ତ ବଢ଼ୁନି ଭରସା
ଅନ୍ୟ ଭାଷା ଲେଖିବା ବେଳେ
ସତର୍କ ହୋଇ ବ୍ୟକ୍ତି ଚଳେ
ନିଜର ଭାଷାକୁ ଉପେକ୍ଷା
କଲେ, କିଏ କରିବ ରକ୍ଷା?
ପାତ୍ରରେ ଥାଏ ଯେବେ କଣା
ପାଣି ଭରିଲେ ହୁଏ ଊଣା
ସବୁ ପାଣି ତ ଯାଏଗଳି
କିଏ ବା ପିଇବ କିଭଳି ?
*ଭାବ* ଯଦି ତରଳ ପାଣି
*ଭାଷା* ଆଧାର ବୋଲି ଜାଣି
ହେଲେ ସର୍ବଦା ସଚେତନ
ବଢ଼ିବ ସ୍ବଭାଷାର ମାନ
*ଶବ୍ଦକୁ* କରିଲେ *ଉପେକ୍ଷା*
*ଭାଷାକୁ* ମିଳେନି *ସୁରକ୍ଷା*
ଏ ଯେଣୁ ପ୍ରମାଣିତ ସତ୍ୟ
ଅନାବଶ୍ୟକ ମତାମତ
Comments are closed.