Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସାଧାରଣ ଭାବରେ ଆସ୍ଥା ଘରର ଯାବତୀୟ କାମ ସହିତ ସମ୍ଭବ ଆଉ ପିଲାମାନଙ୍କର ଯତ୍ନ ଯେମିତି ନେବା କଥା ନେଉଛି ।କେହି କିଛି ଅନୁଭବ କରିବା ଭଳି କିଛି ବି ନୂଆ କିମ୍ବା ଅଲଗା ନଥିଲା ଆସ୍ଥା ର ଵ୍ୟବହାର କିମ୍ବା ଚାଲିଚଳଣୀ ରେ !!!!

ସବୁ କାମ ସାରି ଆଖି ବନ୍ଦ କରି ଗଡୁଥିବା ଅବସ୍ଥାରେ ଦିନେ ଖରାବେଳେ ଅଜଣା ନଂ ଟେ ରିଂ ହେଇ କଟିଯାଇଥିଲା ! ହଠାତ୍ ଏଇ କଥାକୁ ନେଇ ସାଗର କଥା ମନେପଡିଯାଇଥିଲା ଆସ୍ଥାର ! ସାଗରର କଥାଗୁଡିକ ଯେମିତି କାନରେ ଆସି ବାରମ୍ବାର ବାଜୁଥିଲା !

ସତରେ କଣ ଆପଣ ସ୍ୱପ୍ନିଲକୁ କେବେ ସନ୍ଦେହ କରି ନାହାନ୍ତି ? କେବେ ସେ ଆପଣଙ୍କୁ ଆଭଏଡ଼ କଲା ଭଳି ମନେ ହେଇନି ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ ବାଣରେ ଆଘାତ ହେଉଥିଲା !! ଅବଶ୍ୟ ସାଗର କଥା ଗୁଡିକ ଏମିତି କେତେବେଳେ କେମିତି ମନକୁ ଆସୁଥିଲା କିନ୍ତୁ ଆଜି ……!!

ଅଣନିଶ୍ୱାସୀ ହୋଇ ପଡୁଛି ଆସ୍ଥା !

କାହିଁକି ଆସ୍ଥା ଆଜି ମାନି ନେଇ ପାରୁନି ଏସବୁ କଥା କେଜାଣି ? ସେ ଜାଣିଛି , ଭଲ ଭାବରେ ଜାଣିଛି ଯେ , ସ୍ୱପ୍ନିଲ ତାକୁ ବାରମ୍ବାର ଆଘାତ ଦେଇଛନ୍ତି, ବାରମ୍ବାର କଷ୍ଟ ଆଉ ଯନ୍ତ୍ରଣା ହିଁ ଦେଇଆସୁଥିଲେ ! ଭଲ ପାଇବାର ପ୍ରତିଦାନରେ ସେ ପାଇଛି ଅଜସ୍ର ଲୁହ ,କ୍ଷୋଭ ଆଉ ଦୁଃଖ ! ତଥାପି ମନକୁ ବୁଝେଇ ,ନିଜ ପିଠିକୁ ନିଜେ ସାଉଁଳେଇ ଚାଲିଥିଲା ………ଆଜି ପର୍ଯ୍ୟନ୍ତ !! ରାଗ ଆଉ ଅଭିମାନରେ ସ୍ୱପ୍ନିଲଙ୍କର ନଂ କୁ ବ୍ଲକ କରିଛି , ହ୍ଵାଟ୍ସଆପରେ ସ୍ୱପ୍ନିଲଙ୍କ ଷ୍ଟାଟସ ମ୍ୟୁଟ କରିଛି , ନିଜ ଷ୍ଟାଟସକୁ ସ୍ୱପ୍ନିଲ ଙ୍କ ପାଇଁ ହାଇଡ୍ କରିଛି ,ଫେସବୁକରୁ ଅନଫ୍ରେଣ୍ଡ କରିଛି ,ପୁଣି କେତେବେଳେ ଅନଫଲୋ କରିଚି ତ କେତେବେଳେ ବ୍ଲକ ବି କରିଛି ! କରି ପୁଣି ନିଜେ ହିଁ ଅକଥନୀୟ କଷ୍ଟ ଦୁଃଖ ଆଉ ଯନ୍ତ୍ରଣା ପାଇଛି , ମନୁକୁ ମନ ପୁଣି ଓପନ କରିଚି , ଥରେ ନୁହଁ କି ଦୁଇ ଥର ନୁହେଁ ଏମିତି ଅନେକ ଥର କରିଛି ସେ !! କିଛି ବି ପ୍ରଭାବ ପଡେନି ସ୍ୱପ୍ନିଲଙ୍କ ଉପରେ ଏସବୁ ପୂର୍ବରୁ ଅନୁଭବ କରି ସାରିଛି ଆସ୍ଥା ……!!

 

କ୍ରମଶଃ

Comments are closed.