Latest Odisha News

BREAKING NEWS

୭ ଦିନରେ ୟୁକ୍ରେନ ଛାଡିଲେଣି ୧୦ ଲକ୍ଷ ଲୋକ

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ୍ ମଧ୍ୟରେ ଆଠ ଦିନ ହେଲାଣି ଯୁଦ୍ଧ ଚାଲିଛି । ମିସାଇଲ୍ ମାଡ଼ ସାଙ୍ଗକୁ ବିସ୍ଫୋରଣ ଓ ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ । କିଭ୍, ଖାରକିଭ୍ ଓ ଖେରସୋନ୍ ସହରରେ ଅସ୍ଥିରତା । ଭୟରେ ଦିନ କାଟୁଛନ୍ତି ଲୋକ । ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ କରିବାର ୭ ଦିନ ଭିତରେ ୧୦ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ପଳାଇଲେଣି ।

ଗତ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍ । ଘମାଘୋଟ ଲଢ଼େଇ ଚାଲିଛି । ଏହାରି ଭିତରେ ଭୟ ଓ ଆତଙ୍କିତ ୟୁକ୍ରେନ୍ ବାସୀ ଦେଶ ଛାଡୁଛନ୍ତି । ପଡ଼ୋଶୀ ଦେଶକୁ ପଳାଇ ଯାଉଛନ୍ତି । ଏତେ କମ୍ ସମୟରେ ଏତେ ଶରଣାର୍ଥୀ ଦେଶ ଛାଡିବା ଆଗକୁ ମାନବୀୟ ସଂକଟ ସୃଷ୍ଟି କରିପାରେ ।

ସିରିଆରେ ଯୁଦ୍ଧ ପରେ ଦେଶବାସୀ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । ସିରିଆ ଯୁଦ୍ଧରେ ୫୦ ଲକ୍ଷରୁ ଅଧିକ ଶରଣାର୍ଥୀ ବିଭିନ୍ନ ଦେଶରେ ଆଶ୍ରୟ ନେଇଛନ୍ତି । ସିରିଆରେ ୧୦ଲକ୍ଷ ଶରଣାର୍ଥୀ ତିନି ମାସରେ ଦେଶ ଛାଡିଥିଲେ । କିନ୍ତୁ ୟୁକ୍ରେନରେ ମାତ୍ର ୭ ଦିନରେ ୧୦ ଲକ୍ଷ ଶରଣୀର୍ଥୀ ଦେଶ ଛାଡିବା ନେଇ ଚିନ୍ତା ପ୍ରକଟ କରିଛି ଶରଣାର୍ଥୀଙ୍କୁ ନେଇ ଜାତିସଂଘର ହାଇକମିଶନର କାର୍ଯ୍ୟାଳୟ ।

Comments are closed, but trackbacks and pingbacks are open.