Latest Odisha News

ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଉପରେ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତରେ ରାଜନୈତିକ ହିଂସା ଘଟିଛି। ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟିଛି ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତର ବଣସାହି ଗ୍ରାମରେ।

ଗତକାଲି ରାତିରେ ପରାଜିତ ସରପଞ୍ଚ ପ୍ରାର୍ଥୀ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକମାନେ ନିର୍ବାଚନର ପରାଜୟ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକ ସାରି ସେମାନେ ଫେରୁଥିବା ବେଳେ ବଣସାହିରେ ବିଜୟୀ ସରପଞ୍ଚ ପ୍ରାର୍ଥୀ ସସ୍ମିତା ଧଳ ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ସରପଞ୍ଚ ଶିଶିର ଧଳଙ୍କ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଜଣାଯାଇଛି ।

ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ତେବେ ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଉଭୟ ଗୋଷ୍ଠୀର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed, but trackbacks and pingbacks are open.