Latest Odisha News

ଜମିବାଡି ବିବାଦକୁ କେନ୍ଦ୍ର କରି ଦାଦାକୁ ନିର୍ମମ ଭାବେ ହତ୍ୟା କଲା ପୁତୁରା

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ  । ଦାଦାକୁ ଅତି ନିର୍ମମ ଭାବରେ ହତ୍ୟା କରିଛି ପୁତୁରା  । ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତ ବୀର ବରାଳ ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୀର ତାଙ୍କ ଦୋକାନ ଘର ବାରଣ୍ଡାରେ ଶୋଇଥିବା ବେଳେ ତାଙ୍କ ପୁତୁରା ପପୁ ବରାଳ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲା  । ଏ ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି  ।

ତେବେ ପୂର୍ବରୁ  ଜମିବାଡି ବିବାଦକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଭାଈ ଭାଈ ମଧ୍ୟରେ କଳହ ଲାଗି ରହୁଥିଲା  ।  ଏନେଇ ମାମଲା ଥାନାରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କୁ ପୋଲିସ ଥାନାକୁ ଡ଼ାକି ସମାଧାନ କରିଥିଲା। ତେବେ ସମାଧାନ ପରେ ମଧ୍ୟ ବୀରଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ବିଭିନ୍ନ ସମୟରେ ଅଭିଯୁକ୍ତ ପପୁ ବରାଳ ଧମକ ଚମକ ଦେଉଥିଲା ବୋଲି ଅଭିଯୋଗ ହୋଇଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Leave A Reply

Your email address will not be published.