Latest Odisha News

BREAKING NEWS

ସାବଧାନ ଶିକାରୀ: ଏବେ ମୋବାଇଲ ଟ୍ରାକିଂ କରିବେ ବନ କର୍ମଚାରୀ

ଭୁବନେଶ୍ବର: ଶିକାରୀ ଏବଂ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ । ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ରହିଛି । ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳିଚାଳନା ପ୍ରଶିକ୍ଷଣ ଦିଆଯାଉଛି  । ୯୦ଜଣଙ୍କ ପ୍ରଶିକ୍ଷଣ କରିଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ କମର୍ଚାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ  । ୬୯ତମ ରାଜ୍ୟସ୍ତରୀୟ  ବନୋମହୋତ୍ସବରେ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶୀଲ କୁମାର ପୋପଲି । ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥିଲା  ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ ପ୍ରମୂଖ ଯୋଗ ଦେଇଥିଲେ। ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି  ଅବସରରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା। କ୍ଵିଜ୍, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.